![](https://www.utkalprahari.com/wp-content/uploads/2021/01/1574000990-8582.jpg)
ଏୟାରଟେଲ୍ ହାଇଦ୍ରାବାଦ ସହରରେ ସଫଳତାପୂର୍ବକ ୫ଜିର ପରୀକ୍ଷଣ କରିଛି। ଏହାର ସୂଚନା ଦେଇ କମ୍ପାନୀ କହିଛି ଯେ, ଏହାର ପରୀକ୍ଷଣ ବର୍ତ୍ତମାନ ୧୮୦୦ ମେଗାହର୍ଜ ବ୍ୟାଣ୍ଡରେ ଏନଏସଏ ନେଟଓ୍ଵର୍କ ଟେକ୍ନୋଲୋଜି ଜରିଆରେ କରାଯାଇଛି।ଏୟାରଟେଲ୍ କହିଛି, କମ୍ପାନୀ ପ୍ରଥମ ଥର ଡାଏନୋମିକ୍ ସ୍ପେକ୍ଟ୍ରମ ସେୟାରିଂର ବ୍ୟବହାର କରିଛି। ଏହି ସ୍ପେକ୍ଟ୍ରମ ବ୍ଲକରେ ୫ଜି ଓ ୪ଜି ଏକ ସଙ୍ଗେ ସଞ୍ଚାଳନ କରାଯାଇ ପାରିବ। ଏହି ଟେଷ୍ଟିଂରେ ଦେଖିବାକୁ ମିଳିଛି ଯେ, ସମସ୍ତ ଡୋମେନ୍ ଯେପରିକି ରେଡିଓ, କୋର ଓ ଟ୍ରାନ୍ସପୋର୍ଟ ପାଇଁ ସବୁଥିରେ ଏୟାରଟେଲ୍ର ୫ଜି ନେଟଓ୍ଵର୍କ ପ୍ରସ୍ତୁତ ରହିଛି।
କମ୍ପାନୀ କହିଛି ହାଇଦ୍ରାବାଦରେ ଏହି ପରୀକ୍ଷଣ ସମୟରେ ୟୁଜର୍ସ ୫ଜି ଫୋନ୍ରେ କିଛି ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ କରି ପାରୁଥିଲେ। ଏହି ଟେଷ୍ଟରେ କମ୍ପାନୀ ନିଜର ଟେକ୍ନୋଲୋଜିର କ୍ଷମତା ପରଖିଛି। ୟୁଜର୍ସଙ୍କୁ ୫ଜି ଫାଇଦା ତେବେ ମିଳିବ ଯେବେ କମ୍ପାନୀକୁ ସରକାରଙ୍କ ପକ୍ଷରୁ ଅନୁମତି ଏବଂ ପର୍ଯ୍ୟାପ୍ତ ସ୍ପେକ୍ଟ୍ରମ ମିଳିବ। ଯେବେ ୫ଜି ନେଟଓ୍ଵର୍କ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ତେବେ ସିମ୍ କାର୍ଡ ସ୍ଵିଚ୍ ଅପ କରିବା ଆବଶ୍ୟକ ପଡିବ ନାହିଁ।