ମୁଖ୍ୟ ଖବରସ୍ୱାସ୍ଥ୍ୟ

ଫେବୃୟାରୀ ୪ ବିଶ୍ୱ କର୍କଟ ସଚେତନତା ଦିବସ

କର୍କଟ ରୋଗ ଏବେ ମାନବ ସମାଜ ପ୍ରତି ବିପଦ ସୃଷ୍ଟି କରିଛି । ତେବେ ସଚେତନତା ଓ ସତର୍କତା ଦ୍ୱାରା ଏହି ରୋଗ ସହ ମାନବ ସମାଜ ଲଢ଼େଇ କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ କର୍କଟ ଚିକିତ୍ସା ନିମନ୍ତେ ନୂଆ ନୂଆ ପଦ୍ଧତି ସବୁ ବାହାରିଲାଣି । ଠିକଣା ସମୟରେ ଉପଚାର ଦ୍ୱାରା ବହୁ ଲୋକ କର୍କଟ କବଳରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇପାରୁଛନ୍ତି

ଏହି ଉଦେ୍ଦଶ୍ୟରେ ପ୍ରତିବର୍ଷ ଫେବୃୟାରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଇଥାଏ । କର୍କଟ ରୋଗର ଚିହ୍ନଟ, ଚିକିତ୍ସା ଏବଂ ନିରାକରଣ ଦିଗରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦେ୍ଦଶ୍ୟ ।ମିଳିତ ଜାତିସଂଘ ଏହି ଦିବସ ପାଳନକୁ ମଞ୍ଜୁରୀ ଦେଇଛି । ଆନ୍ତର୍ଜାତିକ କର୍କଟ ନିୟନ୍ତ୍ରଣ ସଂଗଠନ ପକ୍ଷରୁ ପ୍ରଥମ ଥର ପାଇଁ କର୍କଟ ରୋଗ ନିୟନ୍ତ୍ରଣ ଦିବସ ପାଳନ ଆରମ୍ଭ ହୋଇଥିଲା । ବିଭିନ୍ନ କାରଣରୁ କର୍କଟ ହୋଇଥାଏ । ତେବେ ଧୂମପାନ ଓ ନିଶାଦ୍ରବ୍ୟ ସେବନ ଏହାର ଏକ ପ୍ରମୁଖ କାରଣ । ଏଥିରୁ ଦୂରେଇ ରହିବା ଲାଗି ଏବେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଉଛି । ଚଳିତ ୨୦୨୧ ସୁଦ୍ଧା କର୍କଟ ରୋଗ ଜନିତ ଅସୁସ୍ଥତା ଏବଂ ମୃତୁ୍ୟକୁ ସମ୍ପୂର୍ଣ୍ଣ ଭାବେ ଦୂରେଇବା ଲାଗି ବିଶ୍ୱ କର୍କଟ ଦିବସ ପାଳନର ପ୍ରମୁଖ ଉଦେ୍ଦଶ୍ୟ ରହିଛି । ଚଳିତ ବର୍ଷ ବିଶ୍ୱ କ୍ୟାନସର ଦିବସର ବାର୍ତ୍ତା ରହିଛି “ଆଇ ଆମ୍ ଆଣ୍ଡ ଆଇ ଉଇଲ୍’ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ସେବା ସଙ୍ଗଠନ ଦ୍ୱାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ଭାବେ ପାଳନ କରାଯାଏ ।

ଫୁସ୍ଫୁସ୍ କ୍ୟାନସର ଓ ପେଟ କ୍ୟାନସର ପରେ ଲିଭର କ୍ୟାନସରରୁ ହିଁ ବେଶୀ ବ୍ୟକ୍ତି ମୃତୁ୍ୟମୁଖରେ ପଡ଼ନ୍ତି । ହେପାଟାଇଟିସ୍ ବି ଓ ସି ଏହି ରୋଗର ମୁଖ୍ୟ କାରଣ । ଏସିଆ ଓ ଆଫି୍ରକା ମହାଦେଶରେ ହେପାଟାଇଟିସ୍ ବି ୮୦ ପ୍ରତିଶତ ଓ ଆମେରିକା ଓ ଜାପାନ ଦେଶରେ ହେପାଟାଇଟିସ୍ ସି ୭୫ ପ୍ରତିଶତ ହେଉଛି ଲିଭର କ୍ୟାନସରର ମୁଖ୍ୟ କାରଣ । ଏହି ହେପାଟାଇଟିସ୍ ବି ଓ ସି ସାଧାରଣତଃ ଦୂଷିତ ରକ୍ତ, ଦୂଷିତ ସିରିଞ୍ଜ ଓ ଛୁଞ୍ଚô ମାଧ୍ୟମରେ କିମ୍ବା ଅସୁରକ୍ଷିତ ଯୌନ ସମ୍ପର୍କ ମାଧ୍ୟମରେ ଜଣଙ୍କର ଶରୀରରୁ ଅନ୍ୟ ଜଣଙ୍କର ଶରୀରକୁ ପ୍ରବେଶ କରିଥାଏ । ଯେଉଁମାନେ ଅତ୍ୟଧିକ ମଦ୍ୟପାନ କରନ୍ତି ସେମାନେ ଲିଭର ସିରୋସିସ୍ ଓ କ୍ୟାନସର ରୋଗରେ ମଧ୍ୟ ପୀଡ଼ିତ ହୁଅନ୍ତି । ଲିଭରରେ ଅତ୍ୟଧିକ ଚର୍ବି ଜମିବା, ଧୂମ୍ରପାନ ସେବନ, ଡାଇବେଟିସ୍ ଓ ଆଫ୍ଲା ଟକ୍ସିନ୍ ସେବନ ମାଧ୍ୟମରେ ଏହି ଲିଭର କ୍ୟାନସର ହୋଇଥାଏ । ହିମୋକ୍ରୋମାଟୋସିସ୍ (ଲିଭରରେ ଅତ୍ୟଧିକ ଲୌହ କଣା ଜମିବା, ଟାଇରୋସିନୋସିସ୍, ଆଲ୍ଫା-୧ ଏଣ୍ଟିଟ୍ରିପ୍ସିନ୍ ଅଭାବ ବ୍ୟକ୍ତି ମାନଙ୍କୁ ମଧ୍ୟ ଏହି କ୍ୟାନସର ରୋଗ ହୁଏ ।

ଏହି କାରଣ ଗୁଡ଼ିକ ମଧ୍ୟରୁ ହେପାଟାଇଟିସ୍ ବି, ସି, ମଦ୍ୟପାନ, ଧୂମ ସେବନ, ଚର୍ବି ଜନିତ ରୋଗ ଓ ଡାଏବେଟିସ୍ ହେଉଛି ପ୍ରଧାନ ରୋଗ ଯେଉଁଥିରେ କି ପରବର୍ତ୍ତୀ ଅବସ୍ଥାରେ ରୋଗୀ ଲିଭର କ୍ୟାନସରରେ ଆକ୍ରାନ୍ତ ହୁଏ । ଭାରତରେ ହେପାଟାଇଟିସ୍ ବି ସାଧାରଣଃ ଦୁଇରୁ ସାତ ପ୍ରତିଶତ ଜନସାଧାରଣଙ୍କ ଭିତରେ ଦେଖାଯାଏ । ଦେଶରେ ହେପାଟାଇଟିସ୍ ବି ଭୂତାଣୁର ବାହକ ବହୁ ସଂଖ୍ୟାରେ ଅଛନ୍ତି । ଏହି ବାହକମାନେ ସାଧାରଣତଃ ନୀରୋଗ ଓ ସୁସ୍ଥ ଜଣାପଡ଼ିଥାନ୍ତି । ଆମ୍ଭେମାନେ ଯଦି ହେପାଟାଇଟିସ୍ ବି କୁ ଟୀକା ମାଧ୍ୟମରେ ସମ୍ପୂର୍ଣ୍ଣ ନିରାକରଣ କରିପାରିବୁ ତାହାହେଲେ ଲିଭର କ୍ୟାନସର ମଧ୍ୟ କମିଯିବ । ମଦ୍ୟପାନ ବନ୍ଦ କରିବା ଅନ୍ୟ ଏକ ପଦକ୍ଷେପ । ଏହାଦ୍ୱାରା ଲିଭର ସିରୋସିସ୍ ଓ ଲିଭର କ୍ୟାନସରକୁ ମଧ୍ୟ ନିରାକରଣ କରାଯାଇ ପାରିବ । ରକ୍ତବ୍ୟାଙ୍କ ମାନଙ୍କରେ ହେପାଟାଇଟିସ୍ ବି ଓ ସି ପରୀକ୍ଷା ମାଧ୍ୟମରେ ହେପାଟାଇଟିସ୍ ବି ଓ ସିହ ସଂକ୍ରମଣକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ । ହେପାଟାଇଟିସ୍ ବି ଓ ସି ପାଇଁ ବିଭିନ୍ନ ପ୍ରକାର ସଫଳ ଔଷଧ (ଏଣ୍ଟିଭାଇରାଲ୍) ବଜାରରେ ଉପଲବ୍ଧି ହେଲାଣି ଯାହା ମାଧ୍ୟମରେ ହେପାଟାଇଟିସ୍ ବି ଓ ସିର ସଂକ୍ରମଣକୁ ପ୍ରତିହତ କରିହେବ ।

ଡାଏବେଟିସ, ଅତ୍ୟଧିକ ଧୂମପାନ ଇତ୍ୟାଦି ମଧ୍ୟ ବହୁକାଂଶରେ ନିୟନ୍ତ୍ରଣ ସାପେକ୍ଷ । ଆଫ୍ଲାଟକ୍ସିନ୍ ମାଧ୍ୟମରେ ଯେଉଁ ଲିଭର କ୍ୟାନସର ବ୍ୟାପେ, ତାହାକୁ ଉପଯୁକ୍ତ ଖାଦ୍ୟ ସଂରକ୍ଷଣ ମାଧ୍ୟମରେ ରୋକାଯାଇପାରିବ । ଜନସାଧାରଣ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇଲେ ଲିଭର କ୍ୟାନସର ଭଳି ଏକ ମାରାତ୍ମକ ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ।ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ସେବା ସଙ୍ଗଠନ ଦ୍ୱାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ଭାବେ ପାଳନ କରାଯାଏ । ବିଶ୍ୱରେ ୮୦ ଲକ୍ଷରୁ ଅଧିକ ଲୋକ ପ୍ରତି ବର୍ଷ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି । ଏହାର ଭୟାବହତା ପ୍ରତି ଲୋକଙ୍କୁ ସଚେତନ କରାଇବା ଏବଂ ଚିକିତ୍ସା ଓ ନିରାକରଣ ପାଇଁ ଉତ୍ସାହିତ କରିବା ଉଦେ୍ଦଶ୍ୟରେ ଆଜିର ଦିନକୁ ବିଶ୍ୱ କର୍କଟ ସଚେତନତା ଦିବସ ଭାବେ ପାଳନ କେବଳ ସମୟ ପାଇଁ କରାଯାଉଛି । ୟୁନିୟନ ଫର ଇଣ୍ଟରନ୍ୟାସନାଲ କ୍ୟାନ୍ସର କଣ୍ଟ୍ରୋଲ ଦ୍ୱାରା ବିଶ୍ୱ କର୍କଟ ସଚେତନତା ଦିବସ ପ୍ରତିଷ୍ଠା ହୋଇଥିଲା । ୨୦୨୦ ସୁଦ୍ଧା କର୍କଟ ଜନିତ ମୃତୁ୍ୟ ଓ ପୀଡ଼ିତଙ୍କ ସଂଖ୍ୟା ହ୍ରାସ କରିବା ଏହି ଦିବସର ମୂଳ ଉଦେ୍ଦଶ୍ୟ । ଏ ଅବସରରେ କର୍କଟ ଆକ୍ରାନ୍ତଙ୍କ ସମର୍ଥନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଏ । କର୍କଟ ରୋଗ ଚିହ୍ନଟ ପରେ ତା ସହ ଲଢ଼ିବା ପାଇଁ ସେମିନାର, କ୍ୟାମ୍ପେନ୍, ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଏ । ସୁସ୍ଥ ଜୀବନଶୈଳୀ, ସୁଷମ ଖାଦ୍ୟ, ଧୂମପାନ ମଦ୍ୟପାନ ବର୍ଜନ କରି କର୍କଟଠୁ ଯଥାସମ୍ଭବ ଦୂରେଇବାକୁ ଅନେକ ସଚେତନଧର୍ମୀ ବାର୍ତ୍ତା ଏହି ଦିବସରେ ପ୍ରେରଣ କରାଯାଏ ।

Show More

Related Articles

Back to top button