Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 44 ହଜାର 684 ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଦେଶରେ ଜାରି ରହିଛି ମହାମାରୀ କରୋନା ଆତଙ୍କ । ଦେଶରେ କରୋନା ରୋଗୀଙ୍କ ସଂଖ୍ୟା 87 ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 44 ହଜାର 684 ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ କରୋନା ରୋଗୀଙ୍କ ସଂଖ୍ୟା 87,73,479 କୁ ବୃଦ୍ଧି ପାଇଛି

ଦେଶରେ ଜାରି ରହିଛି ମହାମାରୀ କରୋନା ଆତଙ୍କ । ଦେଶରେ କରୋନା ରୋଗୀଙ୍କ ସଂଖ୍ୟା 87 ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 44 ହଜାର 684 ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ କରୋନା ରୋଗୀଙ୍କ ସଂଖ୍ୟା 87,73,479 କୁ ବୃଦ୍ଧି ପାଇଛି | ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନାରେ 520 ଜଣଙ୍କର ମୃତ୍ୟୁ ହୋଇଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା 1,29,188 ରେ ପହଞ୍ଚିଛି ।

ଶନିବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ 4,80,719 ଜଣ ସକ୍ରିୟ ରୋଗୀ ବିଭିନ୍ନ ହସପିଟାଲରେ ଚିତ୍କିସିତ ଅଛନ୍ତି | ଏହ ସହ ଏକ ଆଶ୍ୱସନାର ଖବର ଏହି କି ଯେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରୁ 81,63,572 ଜଣ ରୋଗୀ ସୁସ୍ଥ ହୋଇ ଭଲ ହୋଇସାରିଲେଣି | ଦେଶର ପୁନରୁଦ୍ଧାର ହାର 93.04 ପ୍ରତିଶତକୁ ବୃଦ୍ଧି ପାଇଛି ।

Show More

Related Articles

Back to top button