Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନା ମୃତ୍ୟୁହାରରେ ଲାଗୁନି ବ୍ରେକ୍, ଗତ ୨୪ ଘଣ୍ଟା ମଧ୍ୟରେ ୪୦୯୨ ଜଣଙ୍କ ଜୀବନ ନେଲା କରୋନା

ସାରା ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅତ୍ୟନ୍ତ ମାରାତ୍ମକ ହେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪ ଲକ୍ଷ ୩ ହଜାର ୭୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୦୯୨ ଜଣଙ୍କ ଜୀବନ ଯାଇଛି ।

ସାରା ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅତ୍ୟନ୍ତ ମାରାତ୍ମକ ହେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪ ଲକ୍ଷ ୩ ହଜାର ୭୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୦୯୨ ଜଣଙ୍କ ଜୀବନ ଯାଇଛି । ଲଗାତର ପଂଚମ ଦିନ ପାଇଁ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୪ ଲକ୍ଷ ଟପିଯାଇଛି । ଖୁବଶୀଘ୍ର କରୋନା ପିକରେ ପହଁଚିବ ବୋଲି ଆକଳନ କରାଯାଇଥିବାବେଳେ ଧିରେଧିରେ ତାହା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ଏଯାବତ ଦେଶରେ ୨ କୋଟି ୨୨ ଲକ୍ଷ ୯୬ ହଜାର ୪୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ଆମେରିକା ପରେ ଭାରତ ବିଶ୍ୱରେ ସବୁଠାରୁ ଅଧିକ କରୋନା ପ୍ରଭାବିତ ହୋଇଛି । ଦେଶରେ ଏଯାବତ ୧ କୋଟି ୮୩ ଲକ୍ଷ ୧୭ ହଜାର ୪୦୪ ଜଣ ସୁସ୍ଥ ହୋଇଛନ୍ତି । ସମ୍ପ୍ରତି ୩୭ ଲକ୍ଷ ୩୬ ହଜାର ୬୪୮ ଜଣ ଚିକିତ୍ସିତ ହେଉଛନ୍ତି ।

ଅନେକ ରାଜ୍ୟରେ ଲକଡାଉନ ଜାରି କରାଯାଇଛି । ମେ’ ଦ୍ୱିତୀୟ ଓ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଏହା ଜାରିରହିବ । ଯାହାଫଳରେ କରୋନା ସଂକ୍ରମଣ ଚେନକୁ ଭଙ୍ଗାଯାଇପାରିବ । ଅପରପକ୍ଷରେ ଟିକାଦାନ ପ୍ରକ୍ରିୟାକୁ ବି ତ୍ୱରାନ୍ୱିତ କରାଯାଉଛି । ଏଯାବତ ଦେଶରେ ୧୬ କୋଟି ୯୪ ଲକ୍ଷ ୩୯ ହଜାର ୬୬୩ ଡୋଜ ଟିକା ଦିଆଯାଇଛି ।

Show More

Related Articles

Back to top button