Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

୪ ବିଧାନସଭା ଆସନ ପାଇଁ ଘୋଷଣା ହେଲା ଉପ ନିର୍ବାଚନ ତାରିଖ

ଏହି ଦିନ ଭୋଟ୍

ନିର୍ବାଚନ କମିଶନ(ଇସି) ଶନିବାର ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର ଏବଂ ମହାରାଷ୍ଟ୍ର ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଗୋଟିଏ ଲୋକସଭା ଏବଂ ୪ ବିଧାନସଭା ଆସନ ପାଇଁ ଏପ୍ରିଲ ୧୨ରେ ଭୋଟଗ୍ରହଣ ହେବ । ପଶ୍ଚିମବଙ୍ଗର ଆସନସୋଲରେ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ । ବାବୁଲ ସୁପ୍ରିୟୋ ଏଠାରୁ ସଂସଦ ନିର୍ବାଚିତ ହୋଇଥିଲେ । କିନ୍ତୁ ସେ ପରବର୍ତ୍ତୀ ମୁହୂର୍ତ୍ତରେ ବିଜେପି ଛାଡ଼ି ଟିଏମ୍‌ସିରେ ଯୋଗ ଦେଇଥିଲେ । ଫଳରେ ସଂସଦ ପଦରୁ ମଧ୍ୟ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏଣୁ ଏଠାରେ ଉପନିର୍ବାଚନ କରାଯିବ ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର ଓ ମହାରାଷ୍ଟ୍ରର ଗୋଟିଏ ଲେଖାଏଁ ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିନିମନ୍ତେ ଆସନ୍ତା ମାର୍ଚ୍ଚ ୧୭ରୁ ନାମାଙ୍କନ ଦାଖଲ ଆରମ୍ଭ ହେବ । ମାର୍ଚ୍ଚ ୨୪ରେ ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ରହିଛି। ସମସ୍ତ ୫ ଆସନ ପାଇଁ ଏପ୍ରିଲ ୧୬ରେ ଫଳାଫଳ ଘୋଷଣା ହେବ ।

Show More

Related Articles

Back to top button