Breaking PLUSଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪ ଜଣ ଆହତ

ବ୍ରହ୍ମପୁର : ନାଟକ ଦେଖୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪ ଜଣ ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ନୂଆପେଣ୍ଠ ଗାଁରେ। ଆହତମାନଙ୍କୁ ପାତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଭଲ ଥିବା ସୂଚନାମିଳିଛି। ଗଣେଶ ପୂଜା ଅବସରରେ ନୂଆପେଣ୍ଠ ଗାଁରେ ନାଟକ ପରିବେଷଣ କରା ଯାଉଥିଲା। ଗ୍ରାମବାସୀମାନେ ମଞ୍ଚ ତଳେ ବସି ନାଟକ ଦେଖୁଥିଲେ। ହେଲେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ୪ଜଣ ଗ୍ରାମବାସୀ ମଞ୍ଚ ନିକଟକୁ ଲାଗି ବସିଥିଲେ। କୌଣସି କାରଣରୁ ସେମାନେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ସେମାନେ ସେଠାରେ ବେହୋସ ହୋଇ ପଡ଼ି ଯାଇଥିଲେ। ଗ୍ରାମବାସୀ ସଙ୍ଗେ ସଙ୍ଗେ ଲାଇନ କାଟି ଏହି ଚାରି ଜଣଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଞ୍ଚ ନିକଟରେ ସର୍ଟସର୍କିଟ ଯୋଗୁଁ ଏପରି ଅଘଟଣ ଘଟିଥାଇପାରେ ବୋଲି ଅନୁମାନ କରାଯାଇଛି।