Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ସୁସ୍ଥ ହେଲେ ୩୭୧୪ କରୋନା ଆକ୍ରାନ୍ତ ରୋଗୀ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ ଜଣ ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ମଙ୍ଗଳବାର ଦିନ ଆଉ ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮ କୁ ବୃଦ୍ଧି ପାଇଛି ।

ରାଜ୍ୟରେ ମଙ୍ଗଳବାର ଦିନ ଆଉ ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮ କୁ ବୃଦ୍ଧି ପାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୩୭୧୪ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବରଗଡ଼ରୁ ୩୯୭, କଟକରୁ ୩୭୫ ଜଣ ଯାଜପୁରରୁ ୨୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁରୀରୁ ୨୦୧, ମୟୁରଭଞ୍ଜରେ ୧୫୨ ଜଣ, ଝାରସୁଗୁଡ଼ାରୁ ୧୧୭, ବାଲେଶ୍ୱର ୧୧୫, କୋରାପୁଟରୁ ୧୧୫ , କନ୍ଧମାଳରୁ ୧୦୦, ଜଗତସିଂହପୁରର ୯୩, ଗଞ୍ଜାମ ୯୨, କେନ୍ଦ୍ରାପଡ଼ା ୮୮, ସୋନପୁରରୁ ୮୪, ସୁନ୍ଦରଗଡ଼ରୁ ୮୪, ବଲାଙ୍ଗୀରରୁ ୭୫, ଅନୁଗୁଳରୁ ୭୨, ସମ୍ବଲପୁରରୁ ୭୧ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ନୟାଗଡରୁ ୭୦, କେନ୍ଦୁଝରରୁ ୬୦, ନବରଙ୍ଗପୁର ୫୯, ନୂଆପଡ଼ାରୁ ୫୩, କଳାହାଣ୍ଡିରୁ ୪୮ ,ଦେବଗଡ଼ରୁ ୪୩, ଗଜପତିରୁ ୩୮, ଢେଙ୍କାନାଳ ୩୪ , ଭଦ୍ରକରୁ ୩୪, ମାଲକାନଗିରିରୁ ୨୨, ବୌଦ୍ଧରୁ ୧୯,ରାୟଗଡ଼ାରୁ ୧୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button