ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

୩୫ ମିଲିୟନ ଡଲାର ପାଣ୍ଠି ନିଶ୍ଚିତ କରିଛି ‘ପବ୍ଲିକ୍‌ ଆପ’

ଲୋକେସନ ବେସ୍‌ଡ ସୋସିଆଲ ନେଟୱାର୍କ ‘ପବ୍ଲିକ୍‌ ଆପ’ ବୁଧବାର ଏକ ବିବୃତ୍ତିରେ ଆଡିସନ, ଏସଆଇଜି ଗ୍ଲୋବାଲ ଓ ଟାଙ୍ଗଲିନ୍‌ ଭେଞ୍ଚର ପାର୍ଟନରଙ୍କ ଠାରୁ ୩୫ ମିଲିୟନ ଡଲାରର ପାଣ୍ଠି ସୁନିଶ୍ଚିତ କରିଥିବା ଘୋଷଣା କରିଛନ୍ତି। କମ୍ପାନୀ ଏହି ରାଶିକୁ ପ୍ରଯୁକ୍ତି, ଭିତ୍ତିଭୂମି, କଣ୍ଟେଣ୍ଟ ଅଫରିଂସ ଓ କର୍ମଚାରୀ ଆଧାର ଲାଗି ବିନିଯୋଗ କରିବେ ବୋଲି ଘୋଷଣା କରିଛନ୍ତି

ପବ୍ଲିକ୍‌ ଆପ୍ ସ୍ଥାନୀୟ ସୂଚନା ଲାଗି ଏକ ସାମାଜିକ ନେଟୱାର୍କ। ଯେଉଁଥିରେ ସ୍ଥାନୀୟ ଘଟଣାବଳୀ ସମେତ ବାଣିଜ୍ୟ, ଚାକିରୀ, କ୍ଲାସିଫାଏଡ ଓ ବିଭିନ୍ନ ଅପଡେଟ୍ ଥାଏ। ବିଶେଷ କରି ରାଜନୈତିକ ନେତା, ସରକାରୀ ଅଧିକାରୀ, ବିଭିନ୍ନ ମିଡିଆ ହାଉସ୍ ଓ ସିଟିଜେନ୍‌ ଜର୍ଣ୍ଣାଲିଷ୍ଟମାନେ ସାଧାରଣତଃ ଏହି ସୋସିଆଲ ନେଟୱାର୍କିଂ ଆପ୍‌କୁ ବ୍ୟବହାର କରୁଛନ୍ତି ବୋଲି କମ୍ପାନୀ କହିଛି।ବ୍ୟବସାୟୀକ ପ୍ରତିଷ୍ଠାନ, ଜ୍ୟୋତିଷ, ଡାକ୍ତର ଏବଂ ଓକିଲମାନେ ମଧ୍ୟ ସେମାନଙ୍କ ପ୍ରସାର ଲାଗି ଏହି ଆପ୍‌କୁ ବହୁଳ ବ୍ୟବହାର କରୁଛନ୍ତି। ତେବେ ଲୋକେସନ ଆଧାରିତ ଆପ୍‌ ଭାବେ ‘ପବ୍ଲିକ ଆପ୍’ ବିଶ୍ୱର ସର୍ବ ବୃହତ୍ତ ଆପ୍ଲିକେସନ ବୋଲି କମ୍ପାନୀ ଦାବି କରିଛି। ଏଥିରେ ଆଡିସନ, ଏସଆଇଜି ଗ୍ଲୋବାଲ ଓ ଟାଙ୍ଗଲିନ୍‌ ଭେଞ୍ଚରଙ୍କ ସହଯୋଗ କମ୍ପାନୀ ଉତ୍ସାହିତ ବୋଲି କହିଛି।

ଆପ୍ଲିକେସନର ଅନୁନ୍ୟ ୫୦ ମିଲିୟନରୁ ଅଧିକ ସକ୍ରିୟ ୟୁଜର ଥିବା ବେଳେ ପ୍ରାୟ ୧ ମିଲିୟନରୁ ଅଧିକ ଭିଡିଓ ଅପଡେଟ୍ ହୋଇଥାଏ। ଭାରତର ସ୍ଥାନୀୟ ସମୂଦାୟଙ୍କୁ ସଂଯୁକ୍ତ କରିବା ଓ ସ୍ଥାନୀୟ ଆବଶ୍ୟକତା ପୂରଣ ଲାଗି ଆପ୍ଲିକେସନ ଯେପରି ୱାନ ଷ୍ଟପ୍ ସଲ୍ୟୁସନ ହୋଇପାରିବ ଏହା ପବ୍ଲିକ ଆପ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କମ୍ପାନୀ କହିଛି।ଡିଜିଟାଲ ଇଂରାଜୀ ସମାଚାର ଏଗ୍ରିଗେଟର ୨୦୧୯ ମସିହାରେ ପବ୍ଲିକ ଆପ୍‌ର ପରିକଳ୍ପନା କରିଥିଲେ। ଏହି ଆପ୍ଲିକେସନ ଏବେ ହିନ୍ଦୀ, ବେଙ୍ଗଲୀ, ପଞ୍ଜାବୀ, ତେଲଗୁ, ତାମିଲ, କନ୍ନଡ, ମାଲାୟଲମ, ଓଡିଆ, ଆସାମିଆ,ଗୁଜୁରାଟି ଓ ମରାଠି ସମେତ ସମସ୍ତ ଭାରତୀୟ ଭାଷାରେ ଉପଲବ୍ଧ ହେଉଛି।

Show More

Related Articles

Back to top button