Breaking PLUSଦେଶମୁଖ୍ୟ ଖବର
ଗୌହ୍ୱାଟୀର 3 ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଗିରଫ

ଗୌହ୍ୱାଟୀ: ଗୌହ୍ୱାଟୀରୁ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଗିରଫ । ଗୌହ୍ୱାଟୀର ଜୋରାବାଟ ଅଞ୍ଚଳରୁ ଡ୍ରଗ୍ସ ଚାଲାଣ ମାମଲାରେ ସାମିଲ 3ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଗୌହ୍ୱାଟୀ ପୋଲିସର ସେଣ୍ଟ୍ରୋଲ ଓ ପୂର୍ବ ଜିଲ୍ଲା ପୋଲିସ ପକ୍ଷରୁ ମିଳିତ ଅଭିଯାନ ସମୟରେ ସେମାନଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତଙ୍କ ଠାରୁ 198ଟି ସାବୁନ କେସରେ ଲୁଚାଇ ରଖାଯାଇଥିବା ହେରୋଇନ୍ ଜବତ କରାଯାଇଛି । ଏହାର ଓଜନ ପାଖାପାଖି 2.527 କିଲୋଗ୍ରାମ ହେବ । ଏହି ମାମଲାରେ 3ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ଅମିର ଖାନ, ମହମ୍ମଦ ୟାକୁବ, ମହମ୍ମଦ ଜମିର । ସମସ୍ତ ଅଭିଯୁକ୍ତ ମଣିପୁରର ବାସିନ୍ଦା ବୋଲି ସୂଚନା ମିଳିଛି ।