
ବିକଟାଳ ଗର୍ଜନରେ ଥରହର ହେଲା ଓଡିଶାର ୩ଜିଲ୍ଲା । ଏହି ତିନି ଜିଲ୍ଲା ମଧ୍ୟରେ ରହିଛି ଭଦ୍ରକ, ଯାଜପୁର, ଓ କେନ୍ଦୁଝର । ଆଜି ଦିନ ୧୧ଟା ସମୟରେ ଏହି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ଶଦ୍ଦର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ, ସ୍ଥାନୀୟ ଅଞ୍ଚଳର କବାଟ ଝରକା ଥରି ଉଠିଥିଲା। ଭୟରେ ଅଞ୍ଚଳବାସୀ ଘରୁ ବାହାରକୁ ଚାଲିଆସିଥିଲେ। ତେବେ ଏହି ଶବ୍ଦର କାରଣ ବିଷୟରେ ଅସ୍ପଷ୍ଟ ରହିଛି।
ମିଳିଥିବା ସୂଚନାନୁଯାୟୀ, ବୁଧବାର ଦିନ ୧୧ଟାରେ ଭଦ୍ରକ, ଯାଜପୁର, ଓ କେନ୍ଦୁଝର ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ୧୦ ମିନିଟ୍ ଭିତରେ ଆଉ ଏକ ଶବ୍ଦ ହୋଇଥିଲା। ବୋମାମାଡ଼ ଭଳି ଭୟଙ୍କର ଶବ୍ଦରେ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ସ୍ଥାନୀୟ ଅଞ୍ଚଳର କବାଟ ଝରକା ଥରି ଉଠିଥିଲା। ଭୟରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ। ତେବେ କେଉଁ କାରଣ ନେଇ ଏହି ଶବ୍ଦ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି।