Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ କଟ୍ ଅଫ୍‌ ମାର୍କ ତାଲିକା, ବିଜେବି କଲେଜ ସବୁଠୁ ଆଗରେ

ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ୩ ପ୍ରଥମ କଟ୍ ଅଫ୍‌ ମାର୍କ ତାଲିକା। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ୩ କଲେଜ (ଡିଗ୍ରୀ କଲେଜ, ସେଲ୍ପ ଫାଇନାନ୍ସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ ନାମ ଲେଖା ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ କଟ ଅଫ ତାଲିକା ପ୍ରକାଶ ପାଇଛି

ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ୩ ପ୍ରଥମ କଟ୍ ଅଫ୍‌ ମାର୍କ ତାଲିକା। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ୩ କଲେଜ (ଡିଗ୍ରୀ କଲେଜ, ସେଲ୍ପ ଫାଇନାନ୍ସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ ନାମ ଲେଖା ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ କଟ ଅଫ ତାଲିକା ପ୍ରକାଶ ପାଇଛି। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଅନୁଷ୍ଠିତ ହେବ।

ପ୍ରକାଶ ପାଇଥିବା କଟ୍ ଅଫ୍ ମାର୍କ ଅନୁସାରେ ବିଜ୍ଞାନର ଅଧିକାଂଶ ଅନର୍ସ ବିଷୟରେ ବିଜେବି କଲେଜ ଆଗରେ ରହିଛି। ବିଜେବି କଲେଜରେ ଫିଜିକ୍ସ ୯୫%, କେମେଷ୍ଟ୍ରି ୯୪.୬%, ମ୍ୟାଥମେଟିକ୍ସ ୯୫.୨% କଟ୍ ଅଫ୍‌ ରହିଛି। ବାଣିଜ୍ୟରେ ବିଜେବିରେ କଟ୍ ଅଫ୍‌ ମାର୍କ‌ ୮୮.୬୭% ରହିଛି। ସେହିପରି ବିଜେବିରେ ପଲିଟିକାଲ୍‌ ସାଇନ୍ସ ୯୧.୫%, ଇକୋନୋମିକ୍ସ ୯୦.୫% ଓ ଜ୍ୟୋଗ୍ରାଫିରେ କଟ ଅଫ ମାର୍କ ୯୨% ରହିଛି।

ସୂଚନାଯୋଗ୍ୟ ଯେ, ରାଜ୍ୟର ୧୦୨୯ ଟି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ମୋଟ ୨ ଲକ୍ଷ ୩୦ ହଜାର ୭୮ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି। ୨ ଲକ୍ଷ ୧୨ ହଜାର ୯୯୮ ବିଦ୍ୟାର୍ଥୀ ଆବେଦନ କରିଥିବାବେଳେ ୨ ଲକ୍ଷ ୧୧ ହଜାର ୬୮୦ ଛାତ୍ରଛାତ୍ରୀ ଦେୟ ପୈଠ କରିଛନ୍ତି। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ପହିଲା ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମ୍ସ ଆକାଉଣ୍ଟରେ ଅନଲାଇନରେ ନାମଲେଖା ଫି ଦାଖଲ କରିପାରିବେ।

Show More

Related Articles

Back to top button