Breaking PLUSଓଡ଼ିଶାମୁଖ୍ୟ ଖବର

ଆସିଲା ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର, ମେ 6ରୁ ସ୍କୁଲରେ ଖରାଛୁଟି

ଭୁବନେଶ୍ୱର, 31 ମାର୍ଚ୍ଚ – ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର ଆସିଛି । କ୍ୟାଲେଣ୍ଡରରେ ମେ ୬ରୁ ସ୍କୁଲରେ ଖରା ଛୁଟି ରହିଛି । ୨୦୨୪ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି। ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଚଳିତ ବର୍ଷ ମେ ୬ ତାରିଖରୁ ସ୍କୁଲରେ ଖରାଛୁଟି ଆରମ୍ଭ ହୋଇ ୧୭ ଜୁନ ପର୍ଯ୍ୟନ୍ତ ଛୁଟି ରହିବ। ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Show More

Related Articles

Back to top button