Breaking PLUSଦେଶମୁଖ୍ୟ ଖବର

ଦ୍ୱିତୀୟ ଜମତାର ହେବାକୁ ଯାଉଛି ନୱାଡା, 20 ସାଇବର ମାଫିଆ ଗିରଫ

ନୱାଡା- ଦ୍ୱିତୀୟ ଜମତାରା ହେବାକୁ ଯାଉଛି ବିହାରର ନୱାଡା । ସାଇବର କ୍ରାଇମ ଅଭିଯୋଗରେ ନୱାଡା ପୋଲିସ 20 ଜଣ ସାଇବର ମାଫିଆଙ୍କୁ ଗିରଫ କରିଛି । ଲକି ଡ୍ର ଜରିଆରେ ଲୋକଙ୍କୁ ଚୂନ ଲଗାଇଥିବା ଅଭିଯୋଗ ରହିଛି ଅଭିଯୁକ୍ତଙ୍କ ନାଁରେ । ତେବେ ପୋଲିସ 20ଜଣ ଅପରାଧୀଙ୍କ ଗିରଫ କରିବା ସହ ସେମାନଙ୍କ ଠାରୁ 25ଟି ମୋବାଇଲ୍, 115 ପୃଷ୍ଠାର ଗ୍ରାହକଙ୍କ ସମ୍ପର୍କରେ ତଥ୍ୟ, 22ଟି ହିସାବ ରଖାଯାଉଥିବା ଖାତା ଓ ଅନ୍ୟ ସାମଗ୍ରୀ ଜବତ କରିଛି ।
ଗୋସପୁରର ବଗିଚା ଏବଂ ଗ୍ରାମର ମୀର ବଗିଚାରେ କିଛି ସାଇବର ମାଫିଆ ସାଇବର କ୍ରାଇମ କରୁଥିବା ଅଭିଯୋଗ ହୋଇଥିଲା । ସୂଚନା ପାଇବା ପରେ ନୱାଡା ପୋଲିସର ଏକ ବିଶେଷ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାଇବର ଅପରାଧରେ ଲିପ୍ତ ଥିବା 20ଜଣ ଅପରାଧୀଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତମାନେ ଗ୍ରାହକମାନଙ୍କୁ ଲକି ଡ୍ର ଲୋଭ ଦେଖାଇ ଠକୁଥିଲେ । ଲୋକମାନଙ୍କୁ ଲକି ଡ୍ରରେ ପୁରସ୍କାର ରାଶି 7ଲକ୍ଷ 80 ହଜାର ଟଙ୍କା ଉଠିଛି କହିବା ସହ ସୁରକ୍ଷା ଦୃଷ୍ଟିରୁ 1,999 ଟଙ୍କା ରେଜିଷ୍ଟ୍ରେସନ ପାଇଁ ଜମା କରିବାକୁ କହୁଥିଲେ । ଅନେକ ଲୋକେ ସାଇବାର ମାଫିଆଙ୍କ ଜାଲରେ ଫସି ଠକାମୀର ଶିକାର ହୋଇଛନ୍ତି ।

Show More

Related Articles

Back to top button