ଦୁର୍ଘଟଣାଦେଶ

ମଧ୍ୟପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା, ଟ୍ରକ୍ ସହ ବସ୍ ଧକ୍କା ଯୋଗୁଁ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ ରିୱା ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି । ଗତକାଲି ମଧ୍ୟରାତ୍ରିରେ ରିୱା ଜିଲ୍ଲାର ସୋହାଗି ଅଞ୍ଚଳରେ ଟ୍ରକ୍ ସହ ବସ୍ ଧକ୍କା ହେବା ଯୋଗୁଁ 15 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ସୋହାଗି ଥାନା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ଜିଲ୍ଲାପାଳଙ୍କ କହିବା ମୁତାବକ, ଏହି ବସ୍‌ଟି ହାଇଦ୍ରାବାଦର ସିକନ୍ଦରାବାଦରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲା । ଏଥିରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ । ବସ୍ ଭାରସାମ୍ୟ ହରାଇ ସୋହାଗି ଠାରେ ଏକ ଟ୍ରକ ସହ ପିଟି ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ଶ୍ରମଜୀବୀମାନେ ଯାତ୍ରା କରୁଥିବା ଉକ୍ତ ବସ୍‌ଟି ହାଇଦ୍ରାବାଦରୁ ଗୋରଖପୁର ଅଭିମୁଖେ ଯାତ୍ରା କରୁଥିଲା। ଶୁକ୍ରବାର ରାତି ପ୍ରାୟ ୧୧.୩୦ରେ ପାହାଡ଼ ତଳ ଆଡ଼କୁ ଯାଉଥିବା ବେଳେ ସୁହାଗି ନିକଟରେ ଗୋଟାଏ ଟ୍ରଲି ଟ୍ରକ୍‌ରେ ଧକ୍କାଖାଇ ଦୁର୍ଘଟଣାଗ୍ରସ୍ତ ‌ହୋଇଥିଲା। ଏହି ଦୁର୍ଘଟଣାରେ ୧୫ଜଣଙ୍କର ମୃତ୍ୟୁ ଘଟିଛି ଓ ୪୦ଜଣ ଆହତ ହୋଇଛନ୍ତି।

ପୋଲିସର ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଘର ଉତ୍ତରପ୍ରଦେଶ, ବିହାର ଓ ନେପାଳରେ । ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ପାଇଁ ପ୍ରଶାସନିକ ଟିମ୍ ପ୍ରଚେଷ୍ଟା କରୁଛି । ଆହତମାନଙ୍କ ଚିକିତ୍ସା ଚାଲିଛି ।

Show More

Related Articles

Back to top button