ଅପରାଧଆଇନ କାନୁନଓଡ଼ିଶା

ସ୍ବାମୀଙ୍କୁ ହତ୍ୟା କରି ଫେରାର୍ ହେଲା ସ୍ତ୍ରୀ

ସ୍ବାମୀଙ୍କୁ ହତ୍ୟା କରି ଫେରାର୍ ହେଲା ସ୍ତ୍ରୀ । ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ ଏ ଘଟଣା କାଲି ବିଳମ୍ବିତ ରାତିରେ ଘଟିଛି । ସ୍ବାମୀଙ୍କୁ ହତ୍ୟା କରିବା ପରେ ଫେରାର୍ ହୋଇଯାଇଛି । ମୃତକ ହେଲେ ଦିବ୍ୟସିଂହ ଭୋଇ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗାଁର ଦିବ୍ୟସିଂହ ଓ ତାଙ୍କ ସ୍ତ୍ରୀ ଯଶୋଦା ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଯଶୋଦା ଏକ ଧାରୁଆ ଅସ୍ତ୍ରରେ ଦିବ୍ୟସଂହଙ୍କୁ ହାଣି ହତ୍ୟା କରିଥିଲେ। ଦିବ୍ୟସିଂହଙ୍କ ଚିତ୍କାର ଶୁଣି ପରିବାର ଲୋକ ଉଠି ପଡ଼ିଥିଲେ। ତେବେ ଘଟଣା ଘଟାଇବା ପରେ ଯଶୋଦା କେଉଁଆଡ଼େ ଚାଲି ଯାଇଥିଲେ । ଏହାପରେ ଘରଲୋକେ ଦିବ୍ୟସଂହଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିବା ଲାଗି ନେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ କେଉଁ କାରଣରୁ ଯଶୋଦା ଏପରି କାଣ୍ଡ ଘଟାଇଛନ୍ତି , ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ଯଶୋଦା ଜଣେ ମାନସିକ ବିକୃତ ମହିଳା ବୋଲି ଶୁଣିବାକୁ ମିଳୁଛି। ଏଣେ ଖବର ପାଇ ତୁଷରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ କରୁଛି। ଫେରାର ଯଶୋଦାଙ୍କୁ ପୁଲିସ ଖୋଜୁଛି।

Show More

Related Articles

Back to top button