Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆଫଗାନିସ୍ଥାନରୁ ଫେରିଲେ ଭାରତୀୟ

ଦିଲ୍ଲୀରେ ପହଞ୍ଚିଲେ 146 ଜଣ ଭାରତୀୟ

ଆଫଗାନିସ୍ତାନରୁ ଫେରି ଆସିଛନ୍ତି ଓଡିଆ ପୁଅ ଦିଲ୍ଲୀପ ଭଞ୍ଜ । ଭାରତରେ ପହଞ୍ଚିବା ପରେ ବଖାଣିଛନ୍ତି ତାଲିବାନୀ ସାମ୍ରାଜ୍ୟର ଭୟଙ୍କର ଅନୁଭୂତି । ସେ କହିଛନ୍ତି, ଭାରତରେ ପହଞ୍ଚିବା ତାଙ୍କ ପାଇଁ ବହୁତ କଷ୍ଟ ଥିଲା । ଆସିବାବେଳେ ରାସ୍ତାରେ ୩ ଘଣ୍ଟା ଅଟକାଇଥିଲେ ତାଲିବାନୀ । ବିମାନବନ୍ଦରରେ ସେ ୪୦ ଘଣ୍ଟା ରୁ ଉର୍ଦ୍ଧ ଅପେକ୍ଷା କରିଥିଲେ । ପ୍ରତି ମୁହୂର୍ତରେ ଯେମିତି ଲାଗୁଥିଲା ମୃତ୍ୟୁ ମାଡିଆସୁଛି । କେତେବେଳେ ଚାଲି ଯାଇପାରେ ଜୀବନ । ହେଲେ, ସୌଭାଗ୍ୟ ବଶତଃ ସେ ସୁରକ୍ଷିତ ଭାବେ ଭାରତ ଫେରି ଆସିଛନ୍ତି । ଫେରିବା ପରେ ବଖାଣିଛନ୍ତି ସେହି ଭୟଙ୍କର ଅନୁଭୂତି । ଆଫଗାନିସ୍ଥାନରେ ଏଟିଏମରେ ଟଙ୍କା ନାହିଁ । ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଦରଦାମ ହୋଇଛି ଆକାଶ ଛୁଆଁ । ଦିଲ୍ଲୀପ ଭଞ୍ଜ ଆଫଗାନିସ୍ତାନ ମିଳିତ ଜାତିସଂଘ କାର୍ଯ୍ୟାଳୟରେ ପ୍ରୋଗ୍ରାମ ପଲିସି ଆଡଭାଇଜର ଭାବେ କାର୍ଯ୍ୟ କରୁଥିଲେ । ସେପଟେ ଆଉ ୧୪୬ ଜଣ ଭାରତୀୟ ଆଫଗାନିସ୍ତାନରୁ ସ୍ବଦେଶକୁ ଫେରିଛନ୍ତି । ସୋମବାର ସକାଳେ ବିଭିନ୍ନ ବିମାନରେ ସେମାନେ ଆସି ଦିଲ୍ଲୀରେ ପହଁଚିଛନ୍ତି । ସେପଟେ ଆଫଗାନିସ୍ତାନରୁ ଆମେରିକା ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିବାବେଳେ ଦେଶରେ ରହିଥିବା ହଜାର ହଜାର ଆମେରିକୀୟଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯନ୍ତ୍ରଣା ଓ କ୍ଷତି ବିନା ଏତେ ସଂଖ୍ୟକ ସ୍ଥାନାନ୍ତର କରିବାର କୌଣସି ଉପାୟ ନାହିଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକାର ସୈନ୍ୟବାହିନୀର ଶୀଘ୍ର ପ୍ରତ୍ୟାହାର ନିଷ୍ପତ୍ତିକୁ ବାଇଡେନ ରକ୍ଷା କରିଛନ୍ତି । କିନ୍ତୁ ଏହା କେତେ ଯୁକ୍ତିଯୁକ୍ତ ତାହା ପରିବର୍ତ୍ତୀ ସମୟ ହିଁ କହିବ ।

Show More

Related Articles

Back to top button