Breaking PLUSଓଡ଼ିଶାମୁଖ୍ୟ ଖବର
ଏସିଏଫଙ୍କ ଘରୁ ମିଳିଲା ନଗଦ 14 ଲକ୍ଷ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ପଡ଼ିଥିବା ସମ୍ବଲପୁର ଜିଲ୍ଲା ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀଙ୍କ ସରକାରୀ ବାସଭବନରୁ ମିଳିଛି ନଗଦ ସାଢ଼େ ୧୪ ଲକ୍ଷ ଟଙ୍କା। ସେ କାହିଁକି ଏବଂ କେଉଁଠାରୁ ଏତେ ପରିମାଣର ନଗଦ ଟଙ୍କା ଆଣି ଘରେ ରଖିଥିଲେ ସେନେଇ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି ଏସିଏଫ ରେବତୀ ରମଣ ଯୋଶୀ। ଏବେ ବି ତାଙ୍କ ଘରେ ଚାଲିଛି ଜୋରଦାର ଚଢ଼ାଉ।