Breaking PLUSଦେଶମୁଖ୍ୟ ଖବର
ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ସିଟରୁ ମିଳିଛି ନୋଟ୍ ବିଡ଼ା
ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ସିଟରୁ ମିଳିଛି ନୋଟ୍ ବିଡ଼ା । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ । ରାଜ୍ୟସଭାରେ ଆଜି ଏହା ହିଁ ହୋଇଛି ଚର୍ଚ୍ଚାର ବିଷୟ ।
ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ ଗୃହରେ ଘୋଷଣା କରିଥିଲେ । ଜଣେ ସାଂସଦଙ୍କ ସିଟରୁ ନୋଟ୍ ବିଡ଼ା ମିଳିଛି । ଗୃହ ମୁଲତବୀ ହେବା ପରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରିବା ବେଳେ ଏହି ନୋଟ୍ ବିଡ଼ା ଠାବ କରିଛନ୍ତି । ଏହି ୨୨୨ ସିଟଟି ତେଲଙ୍ଗାନାର କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭିଙ୍କୁ ଆଲଟ୍ କରାଯାଇଛି । ରୁଟିନ୍ ଚେକ୍ ବେଳେ ସିଟରେ ଏହି ନୋଟ୍ ଥିବା ଜଣାପଡିଥିଲା । ସୁରକ୍ଷା କର୍ମୀମାନେ ତୁରନ୍ତ ଏହା ତାଙ୍କ ଦୃଷ୍ଟିକୁ ଆଣିଥିଲେ ବୋଲି କହିଛନ୍ତି ଧନକଡ । ତେଣୁ ଏହାର ତଦନ୍ତ କରାଯାଉଛି ।