
ଜବତ ହେଲା ଜାଲ ନୋଟ । ଆଜି ଆନନ୍ଦପୁର ଥାନା ଅଧୀନସ୍ଥ ବିରିଡିହା ବଜାରରୁ ଜଣେ ବୃଦ୍ଧଙ୍କଠାରୁ ୧୧ ହଜାର ଟଙ୍କାର ଜାଲ ନୋଟ ଜବତ ହୋଇଛି । ଏହି ଘଟଣା ବିଷୟରେ ପୋଲିସ୍ ଖବର ପାଇ ବୃଦ୍ଧଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।
ମିଳିଥିବା ସୂଚନା ଅନୁଯାୟୀ , ଆନନ୍ଦପୁର ବଜାରରେ ଥିବା କ୍ଷୀରୋଦ ଭେରାଇଟି ଷ୍ଟୋରରୁ ଦୋକାନ ମାଲିକଙ୍କ ଅନୁପସ୍ଥିତିରେ ଦେକାନ କର୍ମଚାରୀଙ୍କଠାରୁ ଜଣେ ବୃଦ୍ଧ ଥଣ୍ଡା ପାନୀୟ ସହ କିଛି ସାମଗ୍ରୀ କିଣିଥିଲେ । ଏହାପରେ ଦୋକାନୀଙ୍କୁ ଏକ ୧୦୦ ଟଙ୍କିଆ ନୋଟ୍ ଦେଇଥିଲେ। ଏହି ସମୟରେ ଦୋକାନ ମାଲିକ ପହଁଞ୍ଚି ୧୦୦ ଟଙ୍କିଆଟି ଏକ ଜାଲ ନୋଟ ଜାଣିପରି ସଂପୃକ୍ତ ବୃଦ୍ଧଙ୍କୁ ଅଟକାଇଥିଲେ । ଜାଲ ନେଟ ବାବଦରେ ପଚାରିବାରୁ ସେ ଓଲଟା ଯୁକ୍ତି ତର୍କ କରିଥିଲେ। ଏହି ସମୟରେ ବଜାରରେ ଉପସ୍ଥିତ ଲୋକେ ଏକାଠି ହୋଇ ତଲାସି କରିବାରୁ ବୃଦ୍ଧ ଙ୍କ ନିକଟରୁ ଏହି ସମୟରେ ଦୋକାନ ମାଲିକ ପହଁଞ୍ଚି ୧୦୦ ଟଙ୍କିଆଟି ଏକ ଜାଲ ନୋଟ ଜାଣିପରି ସଂପୃକ୍ତ ବୃଦ୍ଧଙ୍କୁ ଅଟକାଇଥିଲେ । ଜାଲ ନେଟ ବାବଦରେ ପଚାରିବାରୁ ସେ ଓଲଟା ଯୁକ୍ତି ତର୍କ କରିଥିଲେ। ଏହି ସମୟରେ ବଜାରରେ ଉପସ୍ଥିତ ଲୋକେ ଏକାଠି ହୋଇ ତଲାସି କରିବାରୁ ବୃଦ୍ଧ ଙ୍କ ନିକଟରୁ ମୋଟ ୧୧ହହଜାର ଟଙ୍କା ଅଥବା ୨୦୦ ଟଙ୍କିଆ ଓ ୧୦୦ ଟଙ୍କିଆ ଜାଲ ନୋଟର ବଣ୍ଡଲ ମିଳିଥିଲା । ସ୍ଥାନିୟ ଲୋକେ ପୋଲିସ୍ କୁ ଖବର ଦେବା ପରେ ପୋଲିସ୍ ପହଁଞ୍ଚି ବୃଦ୍ଧଙ୍କୁ ଥାନା କୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି । ସଂପୃକ୍ତ ବୃଦ୍ଧ ଜଣଙ୍କ ହେଲେ ସ୍ଥାନିୟ କଣ୍ଟିପାଳ ଗ୍ରାମର ବୋଲି ସୂଚନା ମିଳିଛି ।