Breaking PLUSଓଡ଼ିଶାମୁଖ୍ୟ ଖବର

ଜମି ବିବାଦରୁ ଦଶମ ଶ୍ରେଣୀ ଛାତ୍ରକୁ ହତ୍ୟା

ମୋରଡା ଥାନା ଅନ୍ତର୍ଗତ ମହୁଲବଣୀ ଗାଁରେ ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘରୋଇ ଜମିଜମା ବିବାଦ ହୋଇଥିବା ଗଣ୍ଡଗୋଳ ପାଇଁ ଏଭଳି ଘଟଣା ହୋଇଥିବା ପୋଲିସ ସନ୍ଦେହ କରୁଛି ।

ମୋରଡା ଥାନା ଅନ୍ତର୍ଗତ ମହୁଲବଣୀ ଗାଁରେ ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘରୋଇ ଜମିଜମା ବିବାଦ ହୋଇଥିବା ଗଣ୍ଡଗୋଳ ପାଇଁ ଏଭଳି ଘଟଣା ହୋଇଥିବା ପୋଲିସ ସନ୍ଦେହ କରୁଛି ।

ସୂଚନା ଅନୁସାରେ , ମୃତକ ଜଣକ ହେଲେ ଉକ୍ତ ଗାଁର ହରେକୃଷ୍ଣ ମହାନ୍ତ। ସେ ଦଶମ ଶ୍ରେଣୀରେ ପଢନ୍ତି। ତାଙ୍କର ଗୋଚର ଜମିରେ ଘର କରିବାକୁ ନେଇ କିଛି ଲୋକଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଫଳରେ କିଛି ଦୁର୍ବୃତ୍ତ ହରେକୃଷ୍ଣଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି। ଏହି ହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିବଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବା ସୂଚନା ମିଳିଛି ।

Show More

Related Articles

Back to top button