ଓଡ଼ିଶାମନୋରଞ୍ଜନ

ମୟୁରଭଂଜରୁ ଓଡ଼ିଆ ଝିଅ ଅର୍ପିତା ଅପେରା ମିସ ଇଣ୍ଡିଆ

Arpita
Arpita

ସବୁଜ ସୁନ୍ଦର ବନ,ଜଙ୍ଗଲ, ପାହାଡ଼ ଓ ପର୍ବତ ଭିତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜିଲ୍ଲା ହେଉଛି ମୟୁରଭଂଜ । ତେବେ ଏହି ଜିଲ୍ଲାର ବାରିପଦା ସହରସ୍ଥିତ ପାଲବଣୀର ଅସୀତ କୁମାର ଦାସଙ୍କ ଏକମାତ୍ର ଝିଅ ହେଉଛନ୍ତି ଅର୍ପିତା ଦାସ।ସେ ଶ୍ରୀରାମ ଚନ୍ଦ୍ର ଡିଗ୍ରୀ କଲେଜରେ ଯୁକ୍ତ ୩ କଳା ପ୍ରଥମ ବର୍ଷର ଛାତ୍ରୀ । ପାଠ ପଢା ସହିତ ଓଡ଼ିଶୀ, ଛଉ ଏବଂ ମଡନ ଡ୍ୟାନ୍ସରେସେ ପାରଙ୍ଗମ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ସହିତ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସେ ପୁରସ୍କୃତ ମଧ୍ୟହୋଇଛନ୍ତି ।
ସୂଚନାଅନୂଯାୟୀ, ତୃତୀୟ ରାଉଣ୍ଡ ଓଡ଼ିଶା ବ୍ଲଇନ୍ ମଡେଲିଂ ପ୍ରତିଯୋଗିତାର ଅଡିସନ ୨୦୧୯ ଅକ୍ଟୋବର ମାସ ୨୦ତାରିଖରେ ବାଲେଶ୍ବରର ହରିପ୍ଲାଜାଠାରେ ପ୍ରତିଯୋଗିତା କରି ଉନ୍ନିତ ହୋଇଥିଲା । ପ୍ରାୟ ୧୦୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବା ବେଳେ ଅର୍ପିତା ତାଙ୍କ କଳା ର ଯାଦୁ ଦେଖାଇ ଅଡିସନରେ ଗ୍ରାଣ୍ଡଫାଇନାଲକୁ ଉନ୍ନୀତ ହୋଇଥିଲେ । ଏହିପ୍ରତିଯୋଗିତାର ଫ୍ୟାସନ
ନିର୍ଦ୍ଦେଶକ ଶାନ୍ତନୁ କୁମାର ସିଆ ଓ ଓଡିଆ ଆଲବମ ହିରୋଇନ୍ ଦେବଯାନୀ ଅଡିସନରେ ବିଚାରକ ଭାବେ ଉପସ୍ଥିତଲେ । ଗ୍ରାଣ୍ଡଫାଇନାଲରେ ପ୍ରଥମ ରାଉଣ୍ଡ କୁ ଉତିଣ୍ଣ ହୋଇଥିଲେ ଓ ପୁରସ୍କାର ମଧ୍ୟ ପାଇଥିଲେ । ବେତନଟୀ ସ୍ଥିତ ୟଙ୍ଗ ମେନ ଆସୋସିଏସନ ମଞ୍ଚରେ yma କୁଇନର ମୁକୁଟ ପିନ୍ଧିଥିବା ସହ ନିଜର ଦକ୍ଷତା ବଳରେ ଆନ୍ତର୍ଜାତିକ ସ୍ତରରେ ହେଉଥିବା ଅପେରା ମିସ ଇଣ୍ଡିଆ ୨୦୨୦ ମସିହାରେ ଓଡ଼ିଶାରେ ସେମି ଫାଇନାଲରେ ଉତିଣ୍ଣ ହୋଇ ଗ୍ରାଣ୍ଡ ଫାଇନାଲ୍ ରେ ଟପ ୩୦ଜଣ ପ୍ରତିଯୋଗୀଙ୍କ ଭିତରେ ସ୍ଥାନ ପାଇଛନ୍ତି । ତେବେ ଆସନ୍ତା୧୨/୧୦/୨୦୨୦ ରିଖ ଅନଲାଇନ ମାଧ୍ୟମରେ ଗ୍ରାଣ୍ଡ ଫାଇନାଲ ହେବାକୁ ଯାଉଥିବା ଅପେରା ମିସ ଇଣ୍ଡିଆ ପାଇଁ ପ୍ରସ୍ତୃତ ହେବାପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ।ତେବେ ଏହା ପୂର୍ବରୁ ଅର୍ପିତା ଅନେକ ସ୍ଥାନରେ ଭାଗ ନେଇ ନିଜର ପାରଦର୍ଶିତା ଦେଖାଇ ଅନେକ ଦର୍ଶକଙ୍କ ମନ ଜିଣି ଥିବା କହିଛନ୍ତି । ତେଣୁ
ଆଗକୁ ହେବାକୁ ଥିବା ଅପେରା ମିସ ଇଣ୍ଡିଆ ପ୍ରତିଯୋଗିତା ରେ ନିଜର ସଫଳତାର ସହିତ ଆଗକୁ ବଢ଼ିବେ ବୋଲି ପରିବାର ଓ ବାରିପଦା ଅଞ୍ଚଳ ବାସୀ ଆଶା ରଖିଛନ୍ତି।

Show More

Related Articles

Back to top button