Breaking PLUSଓଡ଼ିଶା

ମଦବ୍ୟବସାୟୀଙ୍କ ପାଖରୁ ମିଳିଲା ନଗଦ ୨୦୦ କୋଟି

ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ହୋଇଥିବା ରେଡ୍ ଏବେ ସାରା ରାଜ୍ୟକୁ ଚକିତ କରିଛି। ଘର ଚଟାଣ ହେଉ କି ଖଟ, ରୋଷେଇ ଘରଠୁ ବାଥରୁମ ଓ ଡ୍ରଇଁ ରୁମ୍ ଯେଉଁଠି ହାତ ମାରିଲେ ସେଠି ପୁଳା ପୁଳା ଟଙ୍କା ବିଡ଼ା । ଆୟଙ୍କର ଫାଙ୍କି ଅଭିଯୋଗରେ ବୁଧବାର ମଦ ବ୍ୟବସାୟୀ ରାଜ କିଶୋର ସାହୁ ଓ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତି ବିଭିନ୍ନ ଶାଖାରେ ଚଢଉ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୧୦୦ ଟଙ୍କିଆ ନୋଟରୁ ଆରମ୍ଭ କରି ୨୦୦, ୫୦୦ ଟଙ୍କିଆ ନୋଟର ବିଡ଼ା ଦେଖି ଆୟକର ଟିମ୍ ବି ଆଶ୍ଚର୍ଯ୍ୟ । ଏମିତିକି ଟଙ୍କା ଗଣି ଗଣି ମଧ୍ୟ ଅଧିକାରୀ ହାଲିଆ । ଏତେ ଟଙ୍କା ଜବତ ହୋଇଛି ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଗଣତି ଶେଷ ହୋଇନଥିଲା। ବିଭିନ୍ନ ସ୍ଥାନରୁ ଅଧିକାରୀ ମାନେ ୨୦୦ କୋଟିରୁ ଅଧିକ ଟଙ୍କା ଗଣିସାରିଥିବା ବେଳେ ଆହୁରି ବିଡା ବିଡା ନୋଟ୍ ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି। ଜବତ ନଗଦ ଅର୍ଥର ପରିମାଣ ୩ ଶହ କୋଟି ଟପିପାରେ ବୋଲି ଆକଳନ କରାଯାଉଛି। ବୁଧବାର ସକାଳୁ ଆୟକର ବିଭାଗ ୧୫ରୁ ଅଧିକ ଟିମ୍‌ ଖୋର୍ଦ୍ଧା ସମେତ ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀରର ଟିଟିଲାଗଡ଼ ଓ ରାୟଗଡ଼ାରେ ଥିବା ସଂସ୍ଥାର ବିଭିନ୍ନ ଶାଖାରେ ବିଭାଗ ଚଢ଼ଉ ଆରମ୍ଭ କରିଥିଲେ। କେବଳ ଓଡ଼ିଶା ନୁହେଁ, କୋଲକତା ସମେତ ରାଞ୍ଚିର ରାଜ୍ୟରେ ଥିବା ସଂସ୍ଥାର ଅନ୍ୟ ଶାଖା ଗୁଡ଼ିକରେ ମଧ୍ୟ ଆୟକର ବିଭାଗ ଏକକାଳୀନ ଚଢ଼ଉ କରିଥିଲା । ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ବାଲଙ୍କ ରାଣୀବଗିଚା ସ୍ଥିତ ଠିପି ବନ୍ଦ ଦୋକାନ ଓ ଅନ୍ ବାର୍ ଉପରେ ବି ରେଡ୍ ଚାଲିଛି। ଏହାଛଡ଼ା ତାଙ୍କର ଘରୋଇ ବସ୍, ଗ୍ୟାସ୍ ଏଜେନ୍ସି, ଇଟାଭାଟି, ଛାପାଖାନା, ରାଉରକେଲାର ସିଭିଲ୍ ଟାଉନ୍‌ସିପ୍, ବେଦବ୍ୟାସ, ଉଦିତନଗର ଆଦି ବିଭିନ୍ନ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ତଥା କିଛି ମଦ ବ୍ୟବସାୟୀଙ୍କ କାର୍ଯ୍ୟାଳୟ ଓ ଘରେ ଆୟକର ଚଢ଼ଉ କରାଯାଇଥିଲା। ସେପଟେ ଯଦି ଦେଖିବା ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡି଼ଶା ନମ୍ବର ୱାନରେ ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ୨୦୨୨ ମସିହାରେ ରାଜ୍ୟରେ ୮୫ଟି ମାମଲାରେ ଚଢାଉ ହୋଇଥିଲା। ଅନ୍ୟପଟେ ସରକାରୀ ଅର୍ଥ ହେରଫେର ମାମଲାରେ ଓଡିଶା ୩ ନମ୍ବରରେ ଥିବା ବେଳେ ୮୪ଟି ଏଭଳି ମାମଲା କରି କାର୍ଯ୍ୟାନୁଷ୍ଠାନ ନେଇଛି ଭିଜିଲାନ୍ସ  ସେହିପରି ଦୋଷୀ ସାବ୍ୟସ୍ତ କରିବାରେ ମଧ୍ୟ ଓଡିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ୩୨୧ଟି ମାମଲାରେ ୫୫୧ ଜଣ ଦିର୍ନୀତିଖୋରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ୯୦ଟି ମାମଲାରେ ୧୨୪ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Show More

Related Articles

Back to top button