Breaking PLUSଦେଶମୁଖ୍ୟ ଖବରରାଜନୀତି

ଭୋପାଲରେ ଅନୁଷ୍ଠିତ ହେବ ‘ଇଣ୍ଡିଆ’ ମେଣ୍ଟର ପ୍ରଥମ ରାଲି

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ଆଡକୁ ଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ବିରୋଧ ମେଣ୍ଟ ଇଣ୍ଡିଆର ନଜର । ଏଥିପାଇଁ ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆର ପ୍ରଥମ ରାଲି ଅନୁଷ୍ଠିତ ହେବ । ଏହି ରାଲି ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ହେବାକୁ ଯାଉଛି । ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଅର୍ଥାତ ଏଥିରୁ ସ୍ପଷ୍ଟ ଯେ, ପ୍ରଥମ ବିଧାନସଭା ନିର୍ବାଚନକୁ ଟାର୍ଗେଟ କରିଛି ଇଣ୍ଡିଆ ମେଣ୍ଟ ।ଏନସିପିର ବରିଷ୍ଠ ନେତା ଶରଦ ପାୱାରଙ୍କ ଦିଲ୍ଲୀ ଘରେ ଏହି ବୈଠକ ବସିଥିଲା । ଏଥିରେ ଆସନ ଭାଗବଣ୍ଟା ନେଇ ଆଲୋଚନା ହୋଇଛି । ବୈଠକ ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ମିଳିତ ବୟାନ ମଧ୍ୟ ଜାରି କରାଯାଇଛି । ଏଥିରେ କୁହାଯାଇଛି, ବୈଠକରେ ୧୨ଟି ଦଳର ପ୍ରତିନିଧି ସାମିଲ ହୋଇଥିଲେ । କମିଟି ଆସନ ଭାଗବଣ୍ଟା ନେଇ ଆଲୋଚନା ଆରମ୍ଭ କରିଦେଇଛି । ଆଲୋଚନା କରାଯାଇ ଖୁବଶୀଘ୍ର ଏ ବାବଦରେ ନିଷ୍ପତ୍ତି ନିଆଯିବ ।

ବୈଠକରେ ଟିଏମସି ସାମିଲ ହୋଇନଥିଲା । ଟିଏମସି ନେତା ଅଭିଷେକ ବାନାର୍ଜୀ ସମନ୍ୱୟ ସମିତିର ସଦସ୍ୟ ଥିଲେ । ତେବେ ଇଡି ଆଗରେ ହାଜର ହୋଇଥିବାରୁ ସେ ବୈଠକରେ ସାମିଲ ହୋଇପାରି ନାହାନ୍ତି । ଶରଦ ପାୱାରଙ୍କ ଘରେ ବସିଥିବା ବୈଠକରେ କଂଗ୍ରେସ, ଡିଏମକେ, ଆରଜେଡି, ଜେଡିୟୁ, ସମାଜବାଦୀ ପାର୍ଟି, ପିଡିପି, ଶିବସେନା ଉଦ୍ଧବ ଗୋଷ୍ଠୀ, ନ୍ୟାସନାଲ କନଫରେନ୍ସ ପ୍ରମୁଖ ସାମିଲ ହୋଇଥିଲେ ।

Show More

Related Articles

Back to top button