Breaking PLUSଓଡ଼ିଶା

ବାତ୍ୟା ମୁକାବିଲା ପାଇଁ ଦୀର୍ଘସୂତ୍ରୀ ଯୋଜନା

ଗତ ୨୦୨୧ ମସିହାର ବାତ୍ୟା ‘ୟଶ’ର କ୍ଷୟକ୍ଷତି ଜନିତ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ଏକ ଦୀର୍ଘସୂତ୍ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ବାତ୍ୟା କ୍ଷୟକ୍ଷତିର କ୍ଷତିପୂରଣ ରାଶି ମାଗିନଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଉକ୍ତ ପ୍ରସ୍ତାବର ଦୀର୍ଘସୂତ୍ରୀ ଯୋଜନାରେ ପ୍ରଥମେ ବାତ୍ୟା ସହନଶୀଳ ବିଦ୍ୟୁତ ବ୍ୟବସ୍ଥା ରହିଥିଲା । ଉପକୂଳବର୍ତ୍ତୀ ଅଞ୍ଚଳକୁ ସମୁଦ୍ରର ଜୁଆର ମାଡ଼ି ଆସିବା ଫଳରେ ଅନେକ କ୍ଷତି ଘଟି ଘଟିଥାଏ । ତେଣୁ ଉପକୂଳର ସୁରକ୍ଷା ପାଇଁ ପ୍ରଥମେ ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ବାତ୍ୟା ସମୟରେ ୭-୮ ମିଟର ପର୍ଯ୍ୟନ୍ତ ସମୁଦ୍ରର ଜୁଆର ମାଡ଼ି ଆସିଥାଏ । ତେଣୁ ତା’ର ଦୀର୍ଘକାଳୀନ ବ୍ୟବସ୍ଥା ନିହାତି ଜରୁରୀ ବୋଲି ନବୀନ କହିଥିଲେ । ତେବେ ଖୁସିର କଥା ହେଉଛି, ମୁଖ୍ୟମନ୍ତ୍ରୀ ଉକ୍ତ ପ୍ରସ୍ତାବ ଏବେ ଦେଶ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶସନ କର୍ତ୍ତୃପକ୍ଷ (ଏନଡିଏମଏ) ଓଡ଼ିଶା ସମେତ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଉପକୂଳ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ପରାମର୍ଶ ଲୋଡ଼ିଛନ୍ତି ।

Show More

Related Articles

Back to top button