Breaking PLUSଓଡ଼ିଶାଖେଳ

ଫୁଟବଲ ମ୍ୟାଚରେ ଚମକିବ ଓଡ଼ିଶା

ହକି ପରେ ଫୁଟବଲରେ ଚମକିବ ଓଡ଼ିଶା। ନଭେମ୍ବର ୨୧ରେ ଭୁବନେଶ୍ୱରରେେ ପ୍ରତିଷ୍ଠା ହେବ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଭୁବନେଶ୍ୱରରେେ ଏହି ଏକାଡେମି ପାଇଁ ଉତ୍ସାହିତ ରହିଛି ଓଡ଼ିଶା।  ତେବେ ଓଡ଼ିଶା AIFF ସହବନ୍ଧିତ ହୋଇ ସର୍ବୋତ୍କୃଷ୍ଟ ବ୍ୟବସ୍ଥା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଫିଫା ପ୍ରତିଭା ବିକାଶ ଯୋଜନାରେ ଏହା କାମ କରିବ । ଏହାକୁ ଉଦଘାଟନ କରିବେ ଫିଫାର ଗ୍ଲୋବାଲ ଫୁଟବଲ୍ ଡେଭଲପମେଣ୍ଟ ମୁଖ୍ୟ ଆର୍ସେନି ଓ୍ବେଙ୍ଗର।। ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ ପ୍ରତିଷ୍ଠା ଦ୍ବାରା ଭାରତରେ ଫୁଟବଲ ପ୍ରତି ଆଗ୍ରହ ରଖୁଥିବା ଖେଳାଳି ମାନଙ୍କୁ ସୁଯୋଗ ମିଳିବ । ଭାରତରେ ଫୁଟବଲର ବିକାଶ ପାଇଁ ଏହା ଏକ ବଡ଼ ବୁଷ୍ଟ ହେବ । ଏଥିପାଇଁ ଭୁବନେଶ୍ୱରକୁ ଭେନ୍ୟୁ ଭାବେ ବାଛି ଥିବାରୁ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନକୁ ଧନ୍ୟବାଦ ଜଣାଇଛନ୍ତି ଭିନିଲ କ୍ରୀଷ୍ଣା ।

Show More

Related Articles

Back to top button