ଓଡ଼ିଶାଶିକ୍ଷା

ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି

ଚଳିତମାସ ୧୧ ତାରିଖ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁଥିରେ ଜୁନିୟର ଟିଚର୍ସ ବା କନିଷ୍ଠ ଶିକ୍ଷ ଜିଲ୍ଲା ପରିଷଦ ଅଧିନରେ ନିଯୁକ୍ତି ପାଇବେ ।

କନିଷ୍ଠ ଶିକ୍ଷକମାନଙ୍କୁ ଜିଲ୍ଲା ପରିଷଦ ଅଧିନରେ ଯୋଜନା ଭିତିରେ ନିଯୁକ୍ତି ପ୍ରକ୍ରିୟାକୁ ଏଆଇଡିଏସ୍ଓ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏଆଇଡିଏସ୍ଓ ଓଡିଶା ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରା ଓ ସଂପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ୍ ବିବୃତିରେ କହବା ଅନୁଯାଇ ଗତ ବର୍ଷ ଅକ୍ଟୋବର ୧୬ ତାରିଖ ରାଜ୍ୟ କ୍ୟାବିନେଟର ନିଷ୍ପତିରେ ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ ହେଲା ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ ।
ହେଲେ ବର୍ଷେ ନ ପୁରୁଣୁ ନୂତନ ଉପାୟରେ ରାଜ୍ୟରେ ଠିକା ନିଯୁକ୍ତି କରିବା ପାଇଁ ଯୋଜନା କରାଯାଇଛି । ସେମାନଙ୍କର ଚୁକ୍ତି ପ୍ରତିବର୍ଷ ନବୀକରଣ କରାଯିବା ସହ ଦରମା ମଧ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ସମୟ ସମୟ ରେ ପରିବର୍ତ୍ତନ ହେବ। ରାଜ୍ୟରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ଓ ଭିତିଭୂମିର ଅଭାବ ହେତୁ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ।ଏହାରି ସୁଯୋଗରେ ରାଜ୍ୟ ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ଆଧାରରେ ୧୪,୦୦୦ରୁ ଉର୍ଦ୍ଧ୍ୱ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ପ୍ରକ୍ରିୟାକୁ ଗତ ବର୍ଷରୁ ଆରମ୍ଭ କରିଦେଇଛନ୍ତି ବୋଲି ଏଆଇଡିଏସ୍ଓର ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କ ଏହି ନିତୀକୁ ଶିକ୍ଷା ବିରୋଧୀ ଓ ଅଗଣତାନ୍ତ୍ରିକ ଦର୍ଶାଇ ଆନ୍ଦୋଳନ ସଂଗଠିତ କରିବା ପାଇଁ ଏଆଇଡିଏସଓ ପକ୍ଷରୁ ଆହ୍ୱାନ ଦେଇଛନ୍ତି।

Show More

Related Articles

Back to top button