Breaking PLUSଦେଶମୁଖ୍ୟ ଖବରରାଜନୀତି

ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ

ନୂଆଦିଲ୍ଲୀ- ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା। ସେଥିମଧ୍ୟରୁ ୧୮ଟି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ ୧୧ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଥିଲା।

ସର୍ବଶେଷ ସୂଚନା ଅନୁଯାୟୀ, ତ୍ରିପୁରାରେ ୭୫%ରୁ ଅଧିକ ମତଦାନ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୭୭%ରୁ ଅଧିକ, ମେଘାଳୟରେ ପ୍ରାୟ ୭୦%, ମଣିପୁରରେ ୬୭%ରୁ ଅଧିକ, ମଧ୍ୟପ୍ରଦେଶରେ ୬୩%, ପୁଡୁଚେରୀରେ ପ୍ରାୟ ୭୩%, ନାଗାଲାଣ୍ଡରେ ପ୍ରାୟ ୫୬%, ମିଜୋରାମରେ ୫୨%ରୁ ଅଧିକ, ରାଜସ୍ଥାନରେ ୫୦%ରୁ ଅଧିକ, ସିକ୍କିମରେ ୬୭%, ତାମିଲନାଡୁରେ ୬୨%, ଉତ୍ତରପ୍ରଦେଶରେ ୫୭%ରୁ ଅଧିକ, ଉତ୍ତରାଖଣ୍ଡରେ ୫୩%ରୁ ଅଧିକ, ଜମ୍ମୁ-କଶ୍ମୀରରେ ୬୫%, ବିହାରରେ ୪୬%ରୁ ଅଧିକ, ଅରୁଣାଚଳ ପ୍ରଦେଶରେ ୬୩%, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପାଖାପାଖି ୫୭%, ଆସାମରେ ୭୧%, ଛତିଶଗଡ଼ରେ ୬୩%ରୁ ଅଧିକ, ଛତିଶଗଡ଼ରେ ୬୩%ରୁ ଅଧିକ, ଲାକ୍ଷାଦ୍ୱୀପରେ ୫୯% ଓ ମହାରାଷ୍ଟ୍ରରେ ୫୫% ମତଦାନ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button