ପରଲୋକରେ ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକ

ହିଥ୍ ଷ୍ଟ୍ରିକ୍ ଜିମ୍ବାୱେ ପକ୍ଷରୁ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ଆଜି ସକାଳେ ଜିମ୍ବାୱେ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍ଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ତାଙ୍କ ପତ୍ନୀ ନାଦିନ ଷ୍ଟ୍ରିକ୍ ସୋଶାଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି।
ଦୀର୍ଘ ଦିନ ହେଲା ସେ ଲିଭର କ୍ୟାନସରରେ ପୀଡ଼ିତ ଥିଲେ।କ୍ୟାନସର ସହିତ ଲଢ଼େଇ କରୁଥିବା ବେଳେ ଶେଷରେ ଆଜି ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାର ଲୋକଙ୍କ ସହିତ ବନ୍ଧୁବାନ୍ଧବ ଊପସ୍ଥିତ ରହିଥିଲେ। ଜୀବନର ଶେଷ ସମୟ ସେ ପରିବାର ଲୋକଙ୍କ ଗହଣରେ ବିତାଇଥିବା ତାଙ୍କ ପତ୍ନୀ କହିଛନ୍ତି।
କିଛି ସପ୍ତାହ ପୂର୍ବେ ଜିମ୍ବାୱେର ଅନ୍ୟତମ କ୍ରିକେଟର ହେନରୀ ଓଲୋଙ୍ଗା ସୋଶାଲ ମିଡିଆ ଜରିଆରେ ସୂଚନା ଦେଇଥିଲେ ଯେ ହିଥ୍ ଷ୍ଟ୍ରିକଙ୍କର ପରଲୋକ ହୋଇଯାଇଛି। ତାଙ୍କ ସୂଚନା ଆଧାରରେ ଅନେକ ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରକାଶ ପାଇଥିଲା। ପରେ ଜଣାପଡ଼ିଲା ଯେ ଏହା ମିଛ ଖବର। ନିଜେ ହେନରୀ ଓଲୋଙ୍ଗା ୟୁ-ଟର୍ଣ୍ଣ ନେଇ କହିଥିଲେ ଯେ ହିଥ୍ ଷ୍ଟ୍ରିକ୍ ବଞ୍ଚିଛନ୍ତି। ତେବେ ଆଜିର ନିଜେ ହିଥ୍ ଷ୍ଟ୍ରିକ୍ଙ୍କ ପତ୍ନୀ ଏହାକୁ ଜଣାଇଛନ୍ତି।