Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଶିମଲାରେ ଭୟାବହ ଅଗ୍ନିକାଣ୍ଡ, 21 ପରିବାର ବାସହୀନ

ଶିମଲା: ଶିମଲାର ରୋହଡୁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରୋହଡୁ ଉପଖଣ୍ଡର ଟିକ୍କର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିବା ଯୋଗୁ 14ଟି ଦୋକାନ ଘର ଜଳିପୋଡି ଭସ୍ମୀଭୂତ ହୋଇଯାଇଛି । ତେବେ କେହି ମୃତାହତ ହୋଇନଥିବା ବେଳେ 21ଟି ପରିବାର ବାସହୀନ ହୋଇଛନ୍ତି ।

ସୂଚନାଯୋଗ୍ୟ, ଶନିବାର ରାତି ପ୍ରାୟ ସାଢେ 12ଟା ସମୟରେ ଟିକ୍କରର ଦରୋଟି ଗାଁର ପ୍ରଦୀପ ରାଣ୍ଟାଙ୍କର ଚତୁର୍ଥ ମହଲାରେ ଥିବା ଘରେ ନିଆଁ ଲାଗିଯାଇଥିଲା । ଏଠାରେ ସବୁ ଘର କାଠରେ ତିଆରି ହୋଇଥିବାରୁ ନିଆଁ ଖୁବ ଶୀଘ୍ର ଅନ୍ୟ ଘରକୁ ବ୍ୟାପିଯାଇଥିଲା ।

ଦେଖୁଦେଖୁ 14ଟି ଘର ଜଳିପୋଡି ଛାରଖାର୍ ହୋଇଯାଇଥିଲା । ଏହି ଘରେ ପ୍ରାୟ 21ଟି ପରିବାର ରହୁଥିଲେ । ତେବେ ନିଆଁ ଲାଗିବା କ୍ଷଣି ଲୋକେ ବାହାରକୁ ଚାଲିଆସିଥିଲେ । ସ୍ଥାନୀୟ ଲୋକେ ନିଆଁ ଲାଗିବା ନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ସ୍ଥାନୀୟ ଗାଁରେ ପହଞ୍ଚିଥିଲା ।

Show More

Related Articles

Back to top button