Breaking PLUSଓଡ଼ିଶାମନୋରଞନମନୋରଞ୍ଜନ

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ନିର୍ଦେଶକ ଅଶୋକ ଶର୍ମା

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ସଂପାଦକ ତଥା ନିର୍ଦେଶକ ନାମରେ ପରିଚିତ ଅଶୋକ ଶର୍ମାଙ୍କର ଦେହାନ୍ତ ହୋଇଯାଇଛି। ଗତକାଲି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପୂର୍ବରୁ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇସାରିଥିବା ବେଳେ ତାଙ୍କର ଦୁଇଟି କନ୍ୟା ଅଛନ୍ତି। ଖବର ଅନୁସାରେ ଅଶୋକ ଶର୍ମା ଜଣେ ପଞ୍ଜାବୀ। ସେ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦେଶନା କ୍ଷେତ୍ରରେ କାମ କରିବାକୁ ମୁମ୍ବାଇରୁ ଓଡ଼ିଶା ଆସିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ପ୍ରଶାନ୍ତ ନନ୍ଦଙ୍କ ସମେତ କେତେକ ନିର୍ଦେଶକଙ୍କ ସହକାରୀ ଭାବେ କାର୍ଯ୍ୟ କଲେ। ପରେ ସେ ଜୟଦେବ ପୁରସ୍କାରପ୍ରାପ୍ତ ଏଡିଟର୍ ରବି ପଟ୍ଟନାୟକଙ୍କ ସଂପାଦନା ସହକାରୀ ଭାବେ କାମ କଲେ। ଓଲିଉଡର ଅଲରାଉଣ୍ଡର ଭାବେ ପରିଚିତ ଅରୁଣ ମହାନ୍ତି ଅଶୋକ ଶର୍ମାଙ୍କୁ ତାଙ୍କ ନିର୍ଦେଶିତ ‘ସାକ୍ଷୀ ରହିବ ମୋ ଶଙ୍ଖାସିନ୍ଦୂର’ରେ ଏଡିଟର ଭାବେ ବ୍ରେକ୍ ଦେଇଥିଲେ। ଏହାପରେ ସେ ୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଏଡିଟର ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ସଂପାଦିତ କେତେକ ପ୍ରମୁଖ ସିନେମା ହେଲା ‘ସାକ୍ଷୀ ରହିବ ମୋ ଶଙ୍ଖାସିନ୍ଦୂର’, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗି ଦେଲା ସୁନା ସଂସାର, ପ୍ରେମ ସବୁଠୁ ବଳବାନ୍, ବାପା, ମା ଗୋଜବାୟାଣୀ, ମାତୃଶକ୍ତି, ମା ମଙ୍ଗଳା, ସତ ମିଛ, ତୁ ମୋ ଆଖିର ତାରା, ଭାଗ୍ୟଚକ୍ର, ତତେ ମୋ ରାଣ, ବାହୁଡ଼ିବେ ମୋ ଜଗାବଳିଆ, ସତ୍ୟମେବ ଜୟତେ, ସାତ ସୂରେ ବନ୍ଧା ମୋ ଜୀବନ ଏବଂ ମୋ କୋଳ ତୋ ଝୁଲଣା ଇତ୍ୟାଦି।  ଅଶୋକ ଶର୍ମାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।

Show More

Related Articles

Back to top button