ଓଡ଼ିଶାରାଜନୀତି

ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ବଡ଼ ଆକ୍ସନ 2 ଜଣ ସସପେଣ୍ଡ

ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେଠାରୁ ଧୀରେଧୀରେ ରାଜ୍ୟ ରାଜନୀତି ହଇଚଇ ହେବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରୁଛନ୍ତି । ଠିକ୍ ଏହି ସମୟରେ ଗତ ୪ ତାରିଖରେ ଦୁଇ ନେତାଙ୍କୁ ଦଳରୁ ସସପେଣ୍ଡ କରାଯାଇଥିବା ବେଳେ ପୁଣି ଦୁଇ ଜଣ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁ ଓ ଅନୁଗୁଳ ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଯୋଗେଶ ଭୁକ୍ତଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟକଳାପ କାରଣରୁ ଏହି ନେତାଙ୍କ ବିରୋଧରେ କଡ଼ା ଆକ୍ସନ ନିଆଯାଇଛି । ସୁପ୍ରିମୋଙ୍କ ନିର୍ଦ୍ଦେଶ ମତେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସମାନ କାରଣରୁ ଅନେକ ନେତାଙ୍କୁ ଦଳରୁ ବହିଷ୍କୃତ ଓ ସସପେଣ୍ଡ କରାଯାଇଥିଲା ।

Show More

Related Articles

Back to top button