Breaking PLUSଭକ୍ତି

ଧବଳେଶ୍ୱରରେ ପୂଜକଙ୍କ ଧାରଣା

ପବିତ୍ର କାର୍ତ୍ତିକ ମାସରେ ଧବଳେଶ୍ୱରଙ୍କ ଦର୍ଶନ ଲାଗି ବହୁ ଲୋକ ଆସିଥାନ୍ତି । କିନ୍ତୁ ଏହି ସମୟରେ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି । କାଲି ବଡ ଓଷା ଥିବା ବେଳେ ଏବେ ମନ୍ଦିରର ପୂଜକମାନେ ଧାରଣାରେ ବସିଛନ୍ତି । ଏହା ଫଳରେ ଭକ୍ତମାନେ ହନ୍ତସନ୍ତ ହେଉଛନ୍ତି । ଏପରିକି ମନ୍ଦିରରେ ପୂଜା ନୀତି ବନ୍ଦ ଥିବାରୁ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିଛନ୍ତି ଭକ୍ତ । ବ୍ୟାରିକେଡକୁ ନେଇ ପୂଜକ ସମିତି ଅସନ୍ତୁଷ୍ଟ ଥିବାରୁ ଏପରି ଘଟଣା ଘଟିଛି ବୋଲି ସୂଚନା ମିଳିଛି । ଭକ୍ତଙ୍କୁ ପ୍ରବେଶ ପାଇଁ ନିଷେଧ କରାଯାଇଥିବା ଅଭିଯୋଗ କରାଯାଇଛି । ଏହାକୁ ବିରୋଧ କରି ପୂଜକମାନେ ଧାରଣାରେ ବସିଛନ୍ତି ।

Show More

Related Articles

Back to top button