Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ତାଜ୍ ହୋଟେଲ ଧ୍ୱଂସ ନେଇ ପାକିସ୍ତାନ୍ ରୁ ଆସିଲା ବଡ ଧମକ

ଗତ ଗୁରୁବାର ଦିନ ବିସ୍ଫୋରଣ କରି ‘ତାଜ୍‌ ହୋଟେଲ୍‌’କୁ ଧ୍ବଂସ କରିବା ଲାଗି ୨ଜଣ ପାକିସ୍ତାନୀ ନାଗରିକ ମୁମ୍ବାଇ ପୁଲିସକୁ ଫୋନ୍‌ରେ ଧମକ ଦେଇଛନ୍ତି। ‌ଏକ ଘରୋଇ ରିପୋର୍ଟ ଅନୁଯାଇ ମୁମ୍ବାଇ ପୋଲିସ କହିଛି ଯେ, ‘ଦୁଇଜଣ ବ୍ୟକ୍ତି ଫୋନ୍ କରି କହିଛନ୍ତି ମୁମ୍ବାଇରେ ପହଞ୍ଚିବେ ଓ ବିସ୍ଫୋରଣ କରି ତାଜ ହୋଟେଲ୍କୁ ଧ୍ୱସଂ କରିବେ।’


ମୁମ୍ବାଇ ପୁଲିସର ମୁଖ୍ୟ ‘କଣ୍ଟ୍ରୋଲ୍‌ ରୁମ୍’କୁ ଆସିଥିବା ଅଜ୍ଞାତ ବ୍ୟକ୍ତିଙ୍କ ଫୋନ୍‌ରେ ସୂଚନା ଦିଆଯାଇଛି ଯେ, ସମୁଦ୍ର ପଥରେ ପାକିସ୍ତାନର ୨ଜଣ ବ୍ୟକ୍ତି ଭାରତୀୟ ଅଞ୍ଚଳରେ ପ୍ରବେଶ କରି ସହରର ପ୍ରସିଦ୍ଧ ହୋଟେଲ୍‌କୁ ବିସ୍ଫୋରଣ କରି ଧ୍ବଂସ କରିବେ। ତେବେ ଫୋନ୍‌ କରିଥିବା ବ୍ୟକ୍ତିଜଣକ ମୁକେଶ ସିଂହ ବୋଲି ପରିଚୟ ଦେଇଥିବା କଥା ମଧ୍ୟ ପୋଲିସ ପ୍ରକାଶ କରିଛି।
କିନ୍ତୁ, ତଦନ୍ତ ଅନୁଯାଇ, ଫୋନ୍‌ କରିଥିବା ବ୍ୟକ୍ତିଙ୍କ ପ୍ରକୃତ ନାଁ ହେଉଛି ଜଗଦମ୍ବାପ୍ରସାଦ ସିଂହ ଆଉ ସେ ୩୫ ବର୍ଷିୟର ଅଟନ୍ତି। ଉତ୍ତର ପ୍ରଦେଶର ଗୋଣ୍ଡାରୁ ଆସି ସେ ସମ୍ପ୍ରତି ମୁମ୍ବାଇର ଶାନ୍ତାକ୍ରୁଜ୍‌ରେ ବାସ କରୁଛନ୍ତି। ହେଲେ ଏଭଳି କାହିଁକି ଧମକ ଦିଆଯାଇଛି ସେଥି ନିମନ୍ତେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇର କୋଲାବା ଅଞ୍ଚଳରେ ଅବସ୍ଥିତ ତାଜ୍‌ ହୋଟେଲ୍‌ ୨୦୦୮ରେ ଆତଙ୍କବାଦୀଙ୍କ ଆକ୍ରମଣର ସରବ୍ୟ ହୋଇଥିଲା। ଅତୀତରେ ମଧ୍ୟ ତାଜ୍‌ ହୋଟେଲ୍‌କୁ ନେଇ ଏମିତି ଅନେକ ଧମକ-ଫୋନ୍‌ ଆସିଛି।

Show More

Related Articles

Back to top button