ଜୀବନଚର୍ଯ୍ୟା

ଘର କାନ୍ଥର କେଉଁ ଦିଗରେ କ୍ୟାଲେଣ୍ଡର ଲଗେଇବେ ଜାଣନ୍ତୁ

ସମୟର ଗଣନା ପାଇଁ ସବୁ ଘରେ କ୍ୟାଲେଣ୍ଡର ବା ପଞ୍ଜିକାର ପ୍ରୟୋଗ ହୋଇଥାଏ। କ୍ୟାଲେଣ୍ଡର ଦିନଚର୍ଯ୍ଯାର ପ୍ରତୀକ ଦେଇଥାଏ। ଯଦି କ୍ୟାଲେଣ୍ଡର ଶୁଭ ଦିଗରେ ଲଗାଯାଇଥାଏ ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସକରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ। ଏହା ପ୍ରକୃତିର ସିଦ୍ଧାନ୍ତ ଯେ ଯଦି କୌଣସି ବସ୍ତୁ କିମ୍ବା ଜିନିଷକୁ ଆମେ ଅଧିକ ଦେଖିବା ତେବେ ଆମେ ତାହାର ନିକଟତର ହେବା। ଯେହେତୁ ଆମେ କ୍ୟାଲେଣ୍ଡରକୁ ବେଶୀ ଟାଇମ ଦେଖୁଥାଉ ତେଣୁ ତାହା ଏଭଳି ସ୍ଥାନରେ ଲଗାଯିବା ଆବଶ୍ଯକ ଯାହା ଘର ମଧ୍ଯରେ ସକରାତ୍ମକ ଶକ୍ତି ପ୍ରବାହିତ କରିବ। ଭିନ୍ନ ଭିନ୍ନ ଶୈଳୀ କ୍ଯାଲେଣ୍ଡର ଆମ ଜୀବନଶୈଳୀକୁ ପ୍ରଭାବିତ କରିଥାଏ। ତେଣୁ ଘରେ ଏଭଳି କ୍ୟାଲେଣ୍ଡରର ବ୍ଯବହାର ହେବା ଉଚିତ ଯାହା ଖୁସି, ସମ୍ପନ୍ନତା, ବିକାଶ ଓ ଆର୍ଥିକ ଉନ୍ନତିର ପ୍ରତିନିଧିତ୍ୱ କରୁଥିବ। ଯାହାକୁ ଦେଖି ହୃଦୟକୁ ଶାନ୍ତି ଅନୁଭବ ହେଉଥିବ। ମନରୁ ସବୁ ଚିନ୍ତା ଦୂର ହେଉଥିବ। ଏଭଳି କ୍ୟାଲେଣ୍ଡର ବ୍ଯବହାର ଦ୍ୱାରା ବ୍ଯକ୍ତି କ୍ରୀୟାଶୀଳ ହେବାକୁ ଶକ୍ତି ପାଇଥାନ୍ତି। ଫଳରେ ବର୍ଷ ତମାମ ବ୍ଯକ୍ତି ସଫଳତା ଆଡ଼କୁ ଅଗ୍ରସର ହୋଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ କ୍ୟାଲେଣ୍ଡର ସଠିକ ସ୍ଥାନରେ ଲଗାଇବା ଦ୍ୱାରା ଜୀବନଶୈଳୀରେ ଲାଭପ୍ରଦ ହୋଇଥାଏ।

ତେବେ କେଉଁଭଳି ଓ କେଉଁଠି ଲଗାଇବେ କ୍ୟାଲେଣ୍ଡର।  ପ୍ରଥମେ ଜାଣନ୍ତୁ ଘରର କେଉଁଠାରେ ଲଗାଇବେ କ୍ୟାଲେଣ୍ଡର।ବାସ୍ତୁଶାସ୍ତ୍ର ଅନୁସାରେ ସବୁବେଳେ ଘରର ଉତ୍ତର ଦିଗରେ କ୍ୟାଲଣ୍ଡର ଲଗାନ୍ତୁ।  ଏହି ଦିଗରେ କ୍ୟାଲେଣ୍ଡର ଲଗାଇବା ଦ୍ୱାରା ସକାଳୁ ଉଠିବା ପରେ ପ୍ରଥମେ ବ୍ଯକ୍ତିଙ୍କ ମୁହଁ ପୂର୍ବ ଏବଂ ଉତ୍ତର ପଟକୁ ରହିବ । ଏହାଦ୍ୱାରା ବ୍ୟବସ୍ଥିତ ଜୀବନଶୈଳୀ ଓ ଦିନଚର୍ଯ୍ଯା କାଏମ ରହିଥାଏ । ବାସ୍ତୁ ଅନୁସାରେ ଏହି ଦିଗକୁ ଦେଖି ଦିନ ଆରମ୍ଭ ଦ୍ୱାରା ବର୍ଷ  ତମାମ ସକରାତ୍ମକ ଉର୍ଜ୍ଜା ମିଳିଥାଏ । କିନ୍ତୁ ଭୁଲରେବି କେବେ ମୁଖ୍ଯଦ୍ୱାର ଉପରେ କ୍ୟାଲେଣ୍ଡର ଲଗାନ୍ତୁ ନାହିଁ। କାରଣ ମୁଖ୍ଯଦ୍ୱାରରେ କ୍ୟାଲେଣ୍ଡର ଲଗାଇବା ଦ୍ୱାରା ଘର ସଦସ୍ଯଙ୍କ ଆୟୁସ ଉପରେ ଖରାପ ପ୍ରଭାବ ପଡିଥାଏ ।

Show More

Related Articles

Back to top button