ଓଡ଼ିଶାମନୋରଞନମନୋରଞ୍ଜନ

ଗୀତିକାର ବିନୋଦିନୀ ଦେବୀଙ୍କର ପରଲୋକ

ପୁଣି କଳା ଜଗତରୁ ଆସିଲା ଦୁଃଖ ଖବର। ଆଉ ନାହାଁନ୍ତି ମହିଳା ସିନେ ଗୀତିକାର ବିନୋଦିନୀ ଦେବୀ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ଗୀତିକାର ବିନୋଦିନୀ ଦେବୀ ହେଉଛନ୍ତି ରାଜ୍ୟର ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର । ସେ ଓଡିଆ ସିନେ ଜଗତକୁ ଅନେକ ସୁପରହିଟ୍ ସଂଗୀତ ଭେଟି ଦେଇଛନ୍ତି। ତାଙ୍କ ବିୟୋଗ ଯୋଗୁଁ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳି ଯାଇଛି। ସୂଚନା ଅନୁସାରେ,ମସ୍ତିଷ୍କାଘାତ ସମସ୍ୟା କାରଣରୁ ଦୀର୍ଘ ଦିନ ଧରି ଗୀତିକାର ବିନୋଦିନୀ ଶଯ୍ୟାଶାୟୀ ରହିଥିଲେ । ସେ ଅନୁଗୁଳରେ ତାଙ୍କ ସାନପୁଅ ନିକଟରେ ରହି ଚିକିତ୍ସିତ ହେଉଥିଲେ । ହେଲେ ଆଜି ସକାଳେ ତାଙ୍କର ବିୟୋଗ ଘଟିଥିଲା। ଗୀତିକାର ବିନୋଦିନୀ ଦେବୀ ୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆରେ ଜନ୍ମଗ୍ରହଣ କରିଥିଲେ।   ୧୯୬୫ ମସିହାରେ ପ୍ରଥମ ଥର ପାଇଁ ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ । ଓଡିଆ ସିନେ ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ।  ତଅପୋଇ, ଅସ୍ତରାଗ ଚଳଚ୍ଚିତ୍ର ପାଇଁ ସେ ଗୀଚ ରଚନା କରିଥିଲେ । ମୁଁ ତୁମେ ଓ ସେ, ଶ୍ରୀ ଜଗନ୍ନାଥ ଓ ଜୟ ଜଗନ୍ନାଥ ପାଇଁ ଗୀତ ଲେଖିଛନ୍ତି । ତାଙ୍କର ମୃତ୍ୟୁ ଓଡିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତୃକ୍ତି ହେବ ନାହିଁ। ରାଜ୍ୟ ଚଳଚ୍ଚିତ୍ର, ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । କେବଳ ସେତିକି ନୁହେଁ,  ବିନୋଦିନୀ କଟକ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ବି ଥିଲେ ।

Show More

Related Articles

Back to top button