ଓଡ଼ିଶାଦୁର୍ଘଟଣା

ଗଣ୍ଡରେ ପଡି ମୃତ୍ୟୁବରଣ କଲେ ଡାକ୍ତର

କାଳ ହେଲା ଗଣ୍ଡରେ ଗାଧୁଆ। ଗୋଡ଼ ଖସି ଯିବାରୁ ବୁଡ଼ିଗଲେ ଯୁବ ଡାକ୍ତର । ବହୁ ଖୋଜାଖୋଜି ପରେ ଯାଇ ମିଳିଲା ତାଙ୍କର ମୃତ ଶରୀର। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁର ଗାଁ ନିକଟ ହୁଳୁହୁଳା ଗଣ୍ଡରେ। ବ୍ରହ୍ମପୁର ଗୋଷାଣୀ ନୂଆ ଗାଁ ଅଞ୍ଚଳର ଯୁବ ଡାକ୍ତର ରାକେଶ କୁମାର ପାଢ଼ୀ ଗତକାଲି ୩ ଜଣ ସାଙ୍ଗଙ୍କ ସହ ପିକ୍‌ନିକ୍ କରିବାକୁ ଋଷିକୂଲ୍ୟା ହୁଳୁହୁଳା ଗଣ୍ଡକୁ ଯାଇଥିଲେ। ସେ ବ୍ରହ୍ମପୁର MKCG ମେଡିକାଲ କଲେଜରେ ପିଜି କରୁଥିଲେ। ତାଙ୍କ ସହ ପିକ୍‌ନିକ୍ କରିବାକୁ ଯାଇଥିଲେ ଆଉ ଦୁଇ ଜଣ ଡାକ୍ତର ଓ ଜଣେ ଇଞ୍ଜିନିୟର ବନ୍ଧୁ। ଭୋଜି ଖାଇବା ପରେ ୪ ସାଙ୍ଗ ହୁଳୁହୁଳା ଗଣ୍ଡକୁ ଗାଧୋଇବାକୁ ଯାଇଥିଲେ। ଗଣ୍ଡରେ ଗୋଡ଼ ଖସି ଯିବାରୁ ବୁଡି ଯାଇଥିଲେ ଡାକ୍ତର ରାକେଶ କୁମାର ପାଢ଼ୀ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Show More

Related Articles

Back to top button