Breaking PLUSଦେଶବଲିଉଡମନୋରଞନମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଖୁବ ଶୀଘ୍ର ରାଘବ ଚଡ୍ଡା ଓ ପରିନୀତି ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି

ଆମ ଆଦମୀ ପାର୍ଟୀର ସାଂସଦ ରାଘବ ଚଡ୍ଡା ଏବଂ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସୁଚନା ଅନୁସାରେ ଚଳିତ ମାସର ଶେଷ ଆଡ଼କୁ ଦୁହେଁ ବିବାହ କରିବେ। ସେମାନଙ୍କ ବିବାହ ରାଜସ୍ଥାନର ଉଦୟପୁରରେ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦୁହେଁ । ବିବାହରେ ଯୋଗ ଦେବା ପାଇଁ ଆସୁଥିବା ୨୦୦ରୁ ଅଧିକ ସଂପର୍କୀୟ ଲୋକେ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ବିବାହରେ ୫୦ରୁ ଅଧିକ ଭିଭିଆଇପି ସାମିଲ ହେବେ ବୋଲି ସୂଚନା ମିଳଛି। ଏନେଇ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି । ବିବାହର ସମସ୍ତ କାର୍ଯ୍ୟକ୍ରମ ପାଇଁ ସେଠାରେ କେତେକ ହୋଟେଲ ମଧ୍ୟ ବୁକିଂ କରାଯାଇଛି । ହଳଦୀ, ମେହେଦୀ ଏବଂ ସଙ୍ଗୀତ୍ ସହ ଅନ୍ୟନ୍ୟ ବିବାହର କାର୍ଯ୍ୟକ୍ରମ ନିମନ୍ତେ ସେପ୍ଟେମ୍ବର ୨୩ରୁ ବୁକିଂ କରାଯାଇଥିବା ହୋଟେଲରେ ଆରମ୍ଭ ହେବ । ଏହି ବିବାହରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱା, ପଞ୍ଜାବର ସିଏମ ଭଗବତ ମାନଙ୍କ ସମେତ ଅନେକ ଲୋକ ଯୋଗ ଦେବେ । ଏହି ବିବାହରେ ପରିଣୀତି ଚୋପ୍ରାଙ୍କ ସଂପର୍କୀୟ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜୋନସ ମାଧ୍ୟ ସାମିଲ ହେବେ ।

ବିବାହ ପରେ ଦୁହଙ୍କର ରିସେପ୍ସନ ହରିୟାଣାର ଗୁରୁଗାଁରେ ଆୟୋଜନ କରାଯିବ । କୁହାଯାଉଛି ଯେ, ଦୁହିଁଙ୍କ ବିବାହ ପାଇଁ ଲୀଲା ପ୍ୟାଲେସ ଏବଂ ଉଦୟବିଲାସ ବ୍ୟତୀତ ଆଖପାଖ ଅଞ୍ଚଳର ଆଉ ତିନୋଟି ହୋଟେଲ ମଧ୍ୟ ବୁକିଂ କରାଯାଉଛି । ଭିଭିଆଇପି ଲୋକେ ରହିବା ପାଇଁ ନୀରିକ୍ଷଣ କରି ସ୍ୱତନ୍ତ୍ର ହୋଟେଲର ବ୍ୟବସ୍ଥା କରିଛନ୍ତି ।

Show More

Related Articles

Back to top button