Breaking PLUSଓଡ଼ିଶାମୁଖ୍ୟ ଖବର

ଖୁବଶୀଘ୍ର ଭୁବନେଶ୍ୱରରେ ଗଡିବାକୁ ଯାଉଛି ମେଟ୍ରୋ ଟ୍ରେନ

ଜ୍ୟବାସୀଙ୍କ ପାଇଁ ଖୁସି ଖବର। ଖୁବଶିଘ୍ର ରାଜ୍ୟରେ ଗଡି଼ବାକୁ ଯାଉଛି ମେଟ୍ରୋ । ଏନେଇ ନୂଆବର୍ଷ ଅର୍ଥାତ ଜାନୁଆରୀ ୧ ତାରିଖରେ ଭୁବନେଶ୍ୱର ମେଟ୍ରୋର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ, ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରେ  ମେଟ୍ରୋ ଟ୍ରେନ୍  ମୋଟ ୨୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।  ଏଥିପାଇଁ ପ୍ରକଳ୍ପ ସମୀକ୍ଷା କରି ୫୯୨୯କୋଟିର ଡିପିଆରକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୬ କିଲୋମିଟର ରାସ୍ତାରେ ମୋଟ ୨୦ଟି ଷ୍ଟେସନ୍ ରହିବ। ରାଜଧାନୀ ଭୁବନେଶ୍ୱରରେ ଗଡି଼ବାକୁ ଥିବା ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଜଣାପଡିଛି । ଖାସ୍ କରି ଭୁବନେଶ୍ୱରରେ ଥିବା ଶିଶୁ ଭବନ ଛକ, କ୍ୟାପିଟାଲ ହସ୍ପିଟାଲ, ରାମ ମନ୍ଦିର ଛକ, ବାପୁଜୀ ନଗର,ବାଣୀବିହାର, ଭୁବନେଶ୍ୱର ରେଳ ଷ୍ଟେସନ,  ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟନ ଆଦି ସ୍ଥାନରେ ମେଟ୍ରୋ ଟ୍ରେନ୍ ରହିବ  । ସୂଚନା ଅନୁସାରେ ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆରକୁ  ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ-ନେଇ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି।  ତେବେ, ମିଳିଥିବା ସୂଚନା ଆଧାରରେ ‘ଟର୍ଣ୍ଣ କି’ ଆଧାରରେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଯୋଗ୍ୟ ସଂସ୍ଥା  ଟେଣ୍ତର ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ (ବିଏମଆରସି) ନିର୍ଦ୍ଦେଶନାମା ଜାରି କରିଛି। ଏନେଇ ଆସନ୍ତାମାସ ୧୮ ତାରିଖରେ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନର ପ୍ରଥମ ବୋର୍ଡ଼ ମିଟିଂ ବସିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ ବୋଲି ଜଣାପଡି଼ଛି। ପରିବହନ ସଚିବ,ଅର୍ଥ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ସଚିବ ଓ ବିଏମଆରସିର ଅଧ୍ୟକ୍ଷ ସଦସ୍ୟ ରହିଛନ୍ତି।

Show More

Related Articles

Back to top button