ଭକ୍ତିସ୍ୱତନ୍ତ୍ର

କିରିଟେଶ୍ବରୀ ମନ୍ଦିର

ମୁର୍ଶିଦାବାଦର
କିରିଟ ଗ୍ରାମରେ
ବିମଳା ମନ୍ଦିର ଅଛି
ସତୀଙ୍କ ମୁକୁଟ
ପଡିଥିଲା ତହିଁ
ମନ୍ଦିରଟେ ହୋଇଅଛି।

କିରୀଟେଶ୍ବରୀ ବି
କୁହାଯାଏ ୟାକୁ
ଭକ୍ତଂକର ଭିଡ ହୁଏ
ଶିଖ ମୁସଲମାନ
ହିନ୍ଦୁ ଜୈନଂକର
ଆରାଧ୍ୟ ଦେବୀ ତ ସିଏ।

ଦର୍ପ ନାରାୟଣ
ଗଢି ଥିଲେ ୟାକୁ
ରଖିଲେ କିରୀଟେଶ୍ବରୀ
ବହୁ ଲୋକଂକର
ବିଶ୍ବାସର ଦେବୀ
ଦୁଃଖୁ ଯାଉଥିଲେ ତରି।

ବଂଗର ନବାବ
ମୀର୍ଜାଫର ଥରେ
ରୋଗଗ୍ରସ୍ତ ହୋଇଗଲେ
କୁଷ୍ଠ ରୋଗେ ପଡି
ସଂପୂର୍ଣ୍ଣ ଭାବରେ
ବୀତସ୍ପୃହ ହୋଇଗଲେ।

କିରୀଟେଶ୍ବରୀଂକ
ନାଆଁ ଶୁଣି ସିଏ
ତାଂକ ପାଶେ ଯାଇଥିଲେ
ଯେ ହେତୁ ପଠାଣ
ମନ୍ଦିରକୁ ସିଏ
ପ୍ରବେଶ କରି ନ ଥିଲେ।

ମନ୍ଦିର ଦୁଆରେ
ପୂଜାରୀଂକୁ ସିଏ
ନିଜ ଦୁଃଖ କହିଥିଲେ
ସବୁ ଶୁଣି ସାରି
ପୂଜାରୀ ତାହାଙ୍କୁ
ପାଦୁକ ହିଁ ଦେଇଥିଲେ।

ଦେବୀଂକ ପାଦୁକ
ପାନ କରି କରି
ଆରୋଗ୍ୟ ସେ ହୋଇଗଲେ
ଭଗ୍ନ ମନ୍ଦିରର
ମରାମତି ପାଇଁ
ମନ ସିଏ ବଳାଇଲେ।

ହିନ୍ଦୁ କାରିଗର
ଲଗାଇ ନବାବ
ପୁନରୁଦ୍ଧାର କଲେ
କିରୀଟ ମନ୍ଦିର
ଏବେ ବି ରହିଛି
ହୁଗୁଳି ନଦୀର କୂଳେ।

ଅକ୍ଷୟ ମହାନ୍ତି।

Show More

Related Articles

Back to top button