Breaking PLUSଅପରାଧ

କାର୍‌ ଭିତରୁ ଜବତ ହେଲା ନଗଦ ୫ କୋଟି ଟଙ୍କା

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବ‌େଳେ ଗତ ଗୁରୁବାର ଦିନ ହାଇଦ୍ରାବାଦ ଅନ୍ତର୍ଗତ ଗାଚିବାୱଲି ଅଞ୍ଚଳରେ ଗାଡ଼ି ଯାଞ୍ଚ କରୁଥିବା ପୁଲିସ ଦୁଇଟି କାର୍‌ ଭିତରୁ ନଗଦ ୫ କୋଟି ଟଙ୍କା ଜବତ କରିଛି ପୋଲିସ୍। ଦୁଇଟି କାର୍‌ରେ ଏହି ଟଙ୍କା ପରିବହନ କରୁଥିବା ୭ଜଣ ଲୋକଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।ଅଧିକ ତଦନ୍ତ ଲାଗି ଜବତ କରାଯାଇଥିବା ନଗଦ ଅର୍ଥରାଶିକୁ ଆୟକର ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି, ଭିନ୍ନ ଏକ ଘଟଣାରେ ଗୁରୁବାର ଦିନ ହାଇଦ୍ରାବାଦ ଅନ୍ତର୍ଗତ ହୟାତ୍‌ନଗର ଥାନା ଅଞ୍ଚଳରୁ ଗୋଟାଏ କାର୍‌ରୁ ପୁଲିସ ନଗଦ ୨ କୋଟି ଟଙ୍କା ଜବତ କରିଛି। ବିଧାନସଭା ନିର୍ବାଚନ ଆଉ ଏକ ସପ୍ତାହ ଥିବାରୁ ସମଗ୍ର ରାଜ୍ୟରେ ପୁଲିସ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିଛି। ଅକ୍ଟୋବର ୯ ତାରିଖରୁ ଆଚରଣ ସଂହିତା ଲାଗୁ ହେବା ପରଠାରୁ ପୁଲିସ ଗାଡ଼ି ଯାଞ୍ଚ କରିବା କାର୍ଯ୍ୟ କଠୋର କରିଛି। କାରଣ ଭାରତର ନିର୍ବାଚନ କମିସନ୍‌ର ଆଦର୍ଶ ଆଚରଣ ସଂହିତା ଅନୁସାରେ, ନଗଦ ଟଙ୍କା ପରିବହନ ଦଣ୍ଡନୀୟ ଅପରାଧ ଅଟେ।

Show More

Related Articles

Back to top button