Breaking PLUSଅପରାଧଓଡ଼ିଶା

କଲେଜ ପ୍ରିନ୍ସିପାଲଙ୍କ ପାଖରୁ ଠାବ ହେଲା ଠୁଳ ଠୁଳ ସମ୍ପତ୍ତି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ବେଳେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ସଂପତ୍ତି ଦେଖି ଆଶ୍ଚର୍ଯ ହୋଇ ପଡିଛନ୍ତି ଭିଜିଲାନ୍ସ ଟିମ୍।ସୂଚନା ଅନୁଯାୟୀ, ଏଯାଏଁ ତାଙ୍କର ପୁରୀରେ ୧୬ଟି ପ୍ଲଟ୍ ଥିବାର ଜଣା ପଡିଛି। କେବଳ ଏତିକି ନୁହେଁ ତାଙ୍କର ତିନିଟି ବହୁ ମହଲା ବିଶିଷ୍ଟ ଘର, ତିନିଟି ଦାମୀ କାର୍ ଓ  ଗୋଟିଏ ବାଇକ୍ ଥିବାର ମଧ୍ୟ ଜାଣିବାକୁ ମିଳିଛି। ତିନିଟି ଦାମୀ କାରର ମୂଲ୍ୟ ୩୨ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଏହାଛଡ଼ା ତାଙ୍କ ନାମରେ ୫୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି। ଏହାଛଡ଼ା କେତେ ଟଙ୍କାର ବୀମା ଓ ଅନ୍ୟ ପୁଞ୍ଜି ବିନିଯୋଗ ଉପରେ ବି ଖୋଳତାଡ଼ କରୁଛି ଭିଜିଲାନ୍ସ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ତେବେ ଆଜି ସକାଳୁ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବଲାଙ୍ଗୀର ଅଫିସ୍ ଓ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରୁଛି। ପୁରୀ ଜିଲ୍ଲାରେ ଥିବା ୪ଟି ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିବା ସହ ସମ୍ବଲପୁର ସ୍ଥିତ ପତ୍ନୀଙ୍କ କ୍ୱାର୍ଟର୍ସରେ ମଧ୍ୟ ଚଢ଼ଉ ଚାଲିଛି। ଏହି ଚଢାଉ ନିମନ୍ତେ ଭୁବନେଶ୍ବର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ୮ ଜଣ ଡିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ ଚାଲିଛି।

Show More

Related Articles

Back to top button