Breaking PLUSଓଡ଼ିଶାଶିକ୍ଷା

ଏଥର ଚାପମୁକ୍ତ ହେବେ ମାଟ୍ରିକ ଛାତ୍ରଛାତ୍ରୀ

ଆସନ୍ତା କିଛି ମାସ ପରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି। ଏହି ସମୟରେ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ବେଶ ଉଦବିଗ୍ନ ହୋଇଉଠନ୍ତି । ଏପରି ସ୍ଥିତିରେ ବିଭିନ୍ନ ମାନସିକ ଚାପର ମଧ୍ୟ ଶିକାର ହୋଇଥାନ୍ତି ଛାତ୍ରଛାତ୍ରୀ । ତେବେ ଏହି ଛାତ୍ରଛାତ୍ରୀ ମାନଙ୍କୁ ଚାପମୁକ୍ତ କରିବା ପାଇଁ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ଖୋଲିବାକୁ ଯାଉଛି ଏକ ସ୍ୱତନ୍ତ୍ର ସେଲ । ଏହି ସେଲ ଫେବ୍ରୁଆରି ପହିଲାରୁ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ମିଳିଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏଠାରେ ପରାମର୍ଶ ଦିଆଯିବ । ଏ ନେଇ ବୁଧବାର ଓସେପା ସମ୍ମିଳନୀ କକ୍ଷରେ ଆଯୋଜିତ ଏକ କର୍ମଶାଳାରେ ନିଷ୍ୱତ୍ତି ନିଆଯାଇଛି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥୀ ଏସ. କହିଥିଲେ- “ପିଲାମାନଙ୍କର ଶିକ୍ଷାଗତ ଉନ୍ନତି ଏବଂ ଦକ୍ଷତା ବିକାଶ ପାଇଁ ପରୀକ୍ଷା ଏକ ପ୍ରକ୍ରିୟା ମାତ୍ର । ଏହାକୁ ନେଇ ମାନସିକ ଚାପଗ୍ରସ୍ତ ହେବା ଅନୁଚିତ । ଏଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ସହ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ଆବଶ୍ୟକ ।” ତେବେ ଏହି କର୍ମଶାଳାରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହାଙ୍କ ସମେତ ମୋ’ ସ୍କୁଲ ଅଭିଯାନ, ୟୁନିସେଫ, ୟୁଏନଏଫପିଏ କର୍ମକର୍ତ୍ତା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିରେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଅଭିଭାବକମାନେ ମାନସିକ ଚାପ ଦେବା ଉଚିତ ନୁହେଁ । ପିଲାଙ୍କ ସମସ୍ୟାକୁ ବୁଝି ତାହାର ସମାଧାନ କରିବା ଆବଶ୍ୟକ । ଏତି ସହିତ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ସମୟରେ ପାଠ୍ୟକ୍ରମ ଶେଷ କରି ପିଲାମାନଙ୍କ ମାନସିକ ସ୍ତିତି ଉପରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା ।

Show More

Related Articles

Back to top button