Breaking PLUSମନୋରଞନମନୋରଞ୍ଜନ

କଣ୍ଠଶିଳ୍ପୀ ଦେବେଶ ପତି ଏବେ ଜେଲରେ

ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ ଜଣାଶୁଣା ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ ହୋଇଥିବାର ସୂଚନା ମିଳିଛି। ଭଦ୍ରକର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଲୋକପ୍ରିୟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କ ସହ ଦ୍ବୈତ କଣ୍ଠରେ  ‘ଲଚକ ମଣି ବେବିଲୋ’ ଗୀତ ଗାଇ ଚହଳ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ହେଉଛନ୍ତି ଦେବେଶ ପତି। ବର୍ତ୍ତମାନ ସେ ଏବେ ଜେଲରେ ଥିବା ସୂଚନା ମିଳିଛି। ଦେବେଶଙ୍କ ଘର ଯାଜପୁରରେ। ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଭଦ୍ରକର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ିଉଠିଥିଲା। ପ୍ରଥମେ ଯୁବତୀଙ୍କୁ ଅନ୍ୟ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ। ହେଲେ ଯୁବତୀ ଜଣଙ୍କ ଏହାକୁ ଗ୍ରହଣ କରିନଥିଲେ। ପ୍ରେମରେ ବିଫଳ ଯୁବକ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ଫୋନ୍ ନମ୍ବର ଦେବେଶ ପତିଙ୍କୁ ଦେଇଥିଲେ। ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦେବେଶ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ। ଏହା ସହ ଯୁବତୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ପରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ଯେ ଦେବେଶ ଅନ୍ୟ ଜଣେ ଗାୟିକାଙ୍କ ସହ ବୁଲାବୁଲି କରୁଛନ୍ତି। ଏହା ସେ ଦେବେଶଙ୍କୁ କହିବା ପରେ ଦେବେଶ ସମୟ ଦେଖି ଔଷଧ ଦେଇ ତାଙ୍କ ଗର୍ଭନଷ୍ଟ କରିଥିବା ଅଭିଯୋଗ ହୋଇଛି। ହେଲେ ଯୁବତୀ ଜଣଙ୍କ ବିବାହ ପାଇଁ ଜିଦ୍ ଧରିବାରୁ ଦେବେଶ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଦେବେଶଙ୍କ ଧମକ ପରେ ଯୁବତୀଜଣଙ୍କ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଦେବେଶଙ୍କୁ ଗିରଫ କରିଥିଲା। ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ ମଧ୍ୟ କରାଯାଇଛି। ଜାମିନ୍ ନାମାଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦେବେଶଙ୍କ ବିରୋଧରେ ବାରମ୍ବାର ଦୁଷ୍କର୍ମ, ଠକେଇ, ବିନା ସହମତିରେ ଗର୍ଭପାତ, ଅଶ୍ଳୀଳ ଭାଷାରେ ଗାଳି, ଅପରାଧିକ ଭୟ ପ୍ରଦର୍ଶନ ପରି ମାମଲା ରୁଜୁ ହୋଇଛି।

Show More

Related Articles

Back to top button