Breaking PLUSମୁଖ୍ୟ ଖବର

ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ରେଳ

ଟ୍ରାକ୍‌ ଉପରେ ପଥର ଖଣ୍ଡ ରଖି ଟ୍ରେନ୍ ଦୁର୍ଘଟଣା ଘଟାଇବା ଯୋଜନା କରା ଯାଇଥିଲା। କିନ୍ତୁ ଦୁର୍ଘଟଣା ଘଟାଇବା ଷଡଯନ୍ତ୍ରକାରୀର ଯୋଜନା ଫେଲ ମାରିଲା। ରେଲୱେ ଅଧିକାରୀଙ୍କ ସତର୍କତା ହେତୁ ସମ୍ଭାବ୍ୟ ବିପଦକୁ ଟଳା ଯାଇ ପାରିଛି ଏକ ବଡ଼ ରେଳ ଦୁର୍ଘଟଣା। ଯାହା ଫଳରେ ବଞ୍ଚିଗଲା ଶହ ଶହ ଜୀବନ । ଏପରି ଏକ ଘଟଣା ମହାରାଷ୍ଟ୍ରରେ ଘଟିଛି। ଗତ ଶୁକ୍ରବାର ପୁଣେ- ମୁମ୍ବାଇ ଟ୍ରାକ୍‌ ଉପରେ ବିଭିନ୍ନ ସ୍ଥାନରେ ପଥର ଖଣ୍ଡ ରଖାଯାଇଥିଲା। କୌଣସି ଦୁର୍ବୃତ୍ତ ଏପରି କରିଥିବା ଅନୁମାନ କରାଯାଉଛି। ମାତ୍ର ରେଲୱେ କର୍ମଚାରୀ ଟ୍ରାକ୍‌ ଯାଞ୍ଚ ବେଳେ ଏହା ଦେଖିପାରି ତୁରନ୍ତ ପଥରଗୁଡ଼ିକୁ ହଟାଇଥିଲେ। ଫଳରେ ଟ୍ରେନ୍‌ ସ୍ୱାଭାବିକ ଭାବେ ଯାତ୍ରା କରିଥିଲା। ଟ୍ରେନ୍‌ ଦୁର୍ଘଟଣା ଘଟାଇବା ଆଶଙ୍କାରେ କେହି ଏପରି ଷଡଯନ୍ତ୍ର କରି ଥାଇ ପାରେ ବୋଲି ରେଲୱେ ଅଧିକାରୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଗତ ୨ ତାରିଖରେ ମଧ୍ୟ ଉଦୟପୁର- ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଏକ ବଡ଼ ଦୁର୍ଘଟଣାକୁ ବର୍ତ୍ତି ଯାଇଥିଲା। ଉକ୍ତ ଟ୍ରେନ୍‌ର ଟ୍ରାକ୍‌ ଉପରେ ପଥର ଖଣ୍ଡ ରଖାଯାଇଥିବା ବେଳେ ତାହାକୁ କର୍ମଚାରୀମାନେ ସଫା କରିବା ପରେ ଟ୍ରେନ୍‌ଟି ସୁରୁଖୁରୁରେ ଗତି କରିଥିଲା। ତେବେ ରାଜସ୍ଥାନ ପୁଲିସ୍‌ ଏହି ଘଟଣାର ତଦନ୍ତ କରି କିଛି ପିଲା ଖେଳିବା ସମୟରେ ଟ୍ରାକ୍‌ ଉପରେ ପଥର ଓ ବାଡ଼ି ରଖି ଚାଲି ଯାଇଥିବା କହିଥିଲ।କିନ୍ତୁ ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ଠିକ୍‌ ସମୟରେ ଧରା ନ ପଡ଼ିଲେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣାର ଆଶଙ୍କା ଦେଖା ଦେଇପାରେ । ଏହାକୁ ନେଇ ରେଳ ଅଧିକାରୀ ଅଧିକ ସତର୍କତା ଅବଲମ୍ବନ କରୁଥିବା ବେଳେ ରେଳଯାତ୍ରୀମାନେ ଚିନ୍ତା ପ୍ରକଟ କରିଛନ୍ତି।

Show More

Related Articles

Back to top button