ମନୋରଞନମନୋରଞ୍ଜନ

ଆସିବାକୁ ଯାଉଛି ମନୋଜ ମିଶ୍ରଙ୍କ ଏକ ଚଳଚିତ୍ର

ନୂଆ ଓଡ଼ିଆ ଫିଲ୍ମ ‘ରାମ୍’ ଓ ‘ମାଇଣ୍ଡ୍ ଗେମ’ କୁ ନେଇ ଓଲିଉଡରେ ଉପୁଜିଥିବା ଝଡ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି।  ଯାହାକୁ ନେଇ ଓଲିଉଡ ବର୍ତ୍ତମାନ ଦିଫାଳ ହୋଇଛି । ଅରିନ୍ଦମ ରଏ  ଓ ମନୋଜଙ୍କ ଭିତରେ ସୋସିଆଲ ମିଡିଆରେ ବି କଳି ଛିଡୁନି । ତେବେ, ଏହାରି ଭିତରେ ନିଜ ଫ୍ୟାନ୍ସଙ୍କୁ ଦୀପାବଳି ଅବସରରେ  ଏକ ଗୁଡ଼ ନ୍ୟୁଜ୍ ଦେଇଛନ୍ତି ଅଭିନେତା ମନୋଜ ମିଶ୍ର। ମନୋଜ ମିଶ୍ରଙ୍କ ଆଉ ଏକ ଫିଲ୍ମ ବଡ଼ ପରଦାକୁ ଆସିବାକୁ ଯାଉଛି । ଫିଲ୍ମଟିର ନାଁ ହେଉଛି ‘ବୀର୍‌ ସୁରେନ୍ଦ୍ର ସାଏ ‘ । ଏନେଇ ଅଭିନେତା ସୋସିଆଲ୍ ମିଡିଆରେ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି । ଫିଲ୍ମର ଏକ ପୋଷ୍ଟର ସେୟାର କରି, ଲେଖିଛନ୍ତି ଯେ,  ‘ବୀର୍‌ ସୁରେନ୍ଦ୍ର ସାଏ ଭାରତର ପ୍ରଥମ ବିଦ୍ରୋହ-୧୮୫୭ ର ବହୁ ବର୍ଷ ପୂର୍ବରୁ ସଂଗ୍ରାମ ଗଢ଼ି ତୋଳି ଥିଲେ।  ବୀର୍‌ ସୁରେନ୍ଦ୍ର ସାଏ-ଏନ୍ତା ଝନେ ସ୍ବାଧୀନତା ସଂଗ୍ରାମୀ ଯେ, ଭାରତର୍‌ ପହେଲା ସ୍ବାଧୀନତାର ବିଦ୍ରୋହ ‘ସିପାହୀ ବିଦ୍ରୋହ’-୧୮୫୭ ର ବହୁତ୍‌ ବଛର୍‌ ଆଘନୁ ଉଲ୍‌ଗୁଲାନ୍‌ କରିଥିଲେ।  ପୃଥିବୀରେ ଏପରି ସ୍ବାଧିନତା ସଂଗ୍ରାମୀ ନାହାନ୍ତି , ଯିଏ ୩୭ ବର୍ଷ କାଳ ଜେଲ୍‌ରେ ବନ୍ଦୀ ଜୀବନ କାଟି ମଧ୍ୟ ହାର୍‌ ମାନି ନ ଥିଲେ।  ବିଶ୍ବର କେତେ ଜଣ ସଂଗ୍ରାମୀ ଏଭଳି ଦୁର୍ଧଷ ତ୍ୟାଗପ୍ଲୁତ ସଂଗ୍ରାମ କରିଛନ୍ତି? ତାଙ୍କ ବିଷୟରେ ସାରା ପୃଥିବୀ ଜାଣିବା ଦରକାର୍ । ସିନେମା ମାଧ୍ୟମରେ ତାଙ୍କ କାହାଣୀ କେମିତି ସାରା ପୃଥିବୀରେ ପହଞ୍ଚିବ ସେଥିପାଇଁ ଗୋଟେ ଛୋଟିଆ ପ୍ରୟାସ କରୁଛୁ। ବହୁତ୍ ଶୀଘ୍ର ଫିଲ୍ମ ବିଷୟରେ ବାକି ସବୁ କଥା ଘୋଷଣା କରାଯିବ।’ ସେପଟେ, ଫିଲ୍ମର ରିଲିଜ୍ ଡେଟ୍, ସୁଟିଂ କେବେଠୁ ଆରମ୍ଭ ହେବ ?  ମନୋଜଙ୍କ ବ୍ୟତିତ ଆଉ କେଉଁ ଅଭିନେତାମାନେ ଏହି ଫିଲ୍ମରେ ନଜର ଆସିବେ। କେତେ କୋଟି ବଜେଟରେ ଫିଲ୍ମଟି ନିର୍ମାଣ ହେଉଛି ସେନେଇ କୌଣସି ପ୍ରକାର ଘୋଷଣା କରାଯାଇ ନାହିଁ । ତେବେ, ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫିଲ୍ମଟି ଆସନ୍ତା ରଜ ଅବସରରେ ରିଲିଜ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ଫିଲ୍ମ ‘ମାଇଣ୍ତ ଗେମ୍’ ଅପେକ୍ଷା ଓଲିଉଡ ବିବାଦରେ ଫସିଛନ୍ତି ଅଭିନେତା ମନୋଜ୍ ମିଶ୍ର। ଯାହାକୁ ନେଇ ବର୍ତ୍ତମାନ ସେ ଚର୍ଚ୍ଚାରେ ଅଛନ୍ତି ।

Show More

Related Articles

Back to top button