Breaking PLUSଓଡ଼ିଶାବିଧାନସଭାମୁଖ୍ୟ ଖବର

ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରମିଳା

ରାଜ୍ୟ ବିଧାନସଭା ଆସନରେ ଜଣେ ମହିଳାଙ୍କୁ ବସାଇବା ନେଇ ନିଷ୍ପତି ନେଇଛନ୍ତି ବିଜେଡ଼ି ସରକାର। ଦୀର୍ଘ ଦିନରୁ ଖାଲି ପଡ଼ିଥିବା ବାଚସ୍ପତି ପଦବୀ ପାଇଁ ବିଜେଡ଼ି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଗୋଟେ ପଟେ ନୂତନ ସଂସଦ ଭବନରେ ମହିଳା ସଂରକ୍ଷଣ ବିଲ୍ ଆଗତ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ମହିଳା କାର୍ଡ଼ ଖେଳିଛନ୍ତି ନବୀନ ସରକାର । ।ସୂଚନା ଅନୁଯାୟୀ, ବୁଧବାର ଦିନ ବିଜେଡ଼ି ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା । ଏନେଇ ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିବେ ରାଜସ୍ୱ  ମନ୍ତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ। ସ୍ୱାଧୀନତା ପରେ ପ୍ରମିଳା ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବାକୁ ଯାଉଛନ୍ତି । ଗୁରବାର ଦିନ ନାମାଙ୍କନ ଦାଖଲ ପରେ ଶୁକ୍ରବାର ଦିନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯେହେତୁ ଅନ୍ୟ କୌଣସି ଦଳ ପ୍ରାର୍ଥୀ ଦେଇନାହାଁନ୍ତି ସେନେଇ ପ୍ରମିଳା ମଲ୍ଲିକ ନିର୍ଦ୍ବନ୍ଦ୍ବରେ ନର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ।ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରମିଳା ମଲ୍ଲିକ । ୨୦୧୪ ସାଧାରଣ ନିର୍ବାଚନ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା । ୨୦୨୨ ଜୁନ୍ ମାସରେ ସୂର୍ଯ୍ୟ ନାରାୟଣଙ୍କ ଇସ୍ତଫା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ୱ ନେଇଥିଲେ। କିନ୍ତୁ ଗତ ମେ’ ମାସରେ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ଓଡ଼ିଶା ବିଧାନସଭାରେ ବାଚସ୍ପତି ପଦବୀ ଖାଲି ପଡ଼ିଥିଲା। ଏବେ ପ୍ରମିଳା ନେବେ ବାଟସ୍ପତି ଦାୟିତ୍ୱ।

Show More

Related Articles

Back to top button