Breaking PLUSଦେଶବାଣିଜ୍ୟମୁଖ୍ୟ ଖବର

ଅଚାନକ ମହଙ୍ଗା ହେଲା ଗହମ ଦର

ପ୍ରଥମେ ପନିପରିବା, ତା’ ପରେ ମସଲା ଓ ଡାଲି ପରେ ଏବେ ଗହମର ଦାମ୍ ବୃଦ୍ଧି ପାଇଛି । ଏହି କାରଣରୁ କେନ୍ଦ୍ର ସରକାର ଗହମର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ତତ୍କାଳ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ଏହି କ୍ରମରେ ସରକାର ଶୁକ୍ରବାର ଗହମ ବେପାରୀ, ହୋଲସେଲ ବେପାରୀ ଓ ବଡ ଖୁଚୁରା ବିକ୍ରେତାଙ୍କ ଷ୍ଟକ ସୀମା ୩,୦୦୦ ଟନ୍ ରୁ ହ୍ର୍ରାସ କରି ୨,୦୦୦ ଟନ୍ କରି ଦେଇଛନ୍ତି । ଏହି ନିଷ୍ପତ୍ତି ତତ୍କାଳ ପ୍ରଭାବରେ ଲାଗୁ ହେବ । କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଆବଶ୍ୟକତା ପଡିଲେ ସରକାର କେନ୍ଦ୍ରୀୟ ଭଣ୍ଡାରରୁ ମଧ୍ୟ ଗହମ ବଜାରକୁ ଛାଡିବେ । ସରକାରଙ୍କ ଏହି ନିର୍ଣ୍ଣୟ ବିଷୟରେ ଘୋଷଣା କରି ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି , ଗହମର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ ଷ୍ଟକର ସୀମାକୁ ନେଇ ସମୀକ୍ଷା କରିବା ସହ ଆଜି ଠାରୁ ବଡ ବେପାରୀ, ହୋଲସେଲ୍ ବେପାରୀ ଓ ଖୁଚୁରା ବେପାରୀଙ୍କ ଷ୍ଟକ ସୀମା ହ୍ରାସ କରି ୨,୦୦୦ ଟନ୍ କରିଦିଆଯାଇଛି । ୩ ମାସ ତଳେ ୧୨ ଜୁନ୍ରେ ସରକାର ଗହମର ଷ୍ଟକ ସୀମା ୩୦୦୦ ଟନ୍ କରିଥିଲେ । ଗତ ଏକ ମାସ ମଧ୍ୟରେ ଗହମର ମୂଲ୍ୟ ୪ ପ୍ରତିଶତ ବୃଦ୍ଧି ପାଇଛି ଓ ଏବେ ଏହା କ୍ୱିଣ୍ଟାଲ ପ୍ରତି ଦର ୨,୫୫୦ ଟଙ୍କା ରହିଛି । ଚୋପ୍ରା ସାମ୍ବାଦିକମାନଙ୍କୁ କହିଛନ୍ତି, ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ଗହମ ଉପଲବ୍ଧ ଅଛି । ସେ କହିଛନ୍ତି କିଛି ଏପରି ତତ୍ତ୍ୱ ରହିଛି ଯାହା କୃତ୍ରିମ ଅଭାବ ସୃଷ୍ଟି କରୁଛି ।

Show More

Related Articles

Back to top button