‘ମୋ ସରକାର’ରେ ଉଚ୍ଚଶିକ୍ଷା ବିଭାଗ ସାମିଲ
ଭୁବନେଶ୍ୱର,(ଉ.ପ୍ର.ନ୍ୟୁଜ୍ସର୍ଭିସ୍): ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଗୁରୁବାର ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହୋଇଛିୟ ଉଚ୍ଚଶିକ୍ଷା ବିଭାଗରେ ୫-ଟିର କାର୍ଯ୍ୟକାରିତା ପାଇଁ ୧୭ ସୂତ୍ରୀ ଅ।କ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛିୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଅ।କ୍ସନ ପ୍ଲାନ୍କୁ ଯୋଜନା ଓ ସମନ୍ୱୟ ବିଭାଗକୁ ପଠାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ‘ମୋ ସରକାର’ରେ ଉଚ୍ଚଶିକ୍ଷା ବିଭାଗବିଭାଗ ସାମିଲ ହେବା ପରେ ଢାଞ୍ଚାରେ ଅନେକ ପରିବର୍ତ୍ତନ ଅ।ସିବୟ ଶିକ୍ଷକମାନଙ୍କ କାର୍ଯ୍ୟ ସମୟ ୭ ଘଣ୍ଟା ବାଧ୍ୟତାମୂଳକ କରାଯିବ। ଏହା ସହିତ ନୋଡାଲ ଅଫିସରଙ୍କୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ନିଯୁକ୍ତି ପ୍ରଦାନ କରିଛିୟ ‘ମୋ ସ୍କୁଲ’ ଭଳି କଲେଜରେ ମଧ୍ୟ ‘ମୋ କଲେଜ’ ମଞ୍ଚ ଖୋଲିବୟ ୭୫% ଉପସ୍ଥାନ ନ ଥିଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେନିୟ ଠିକ୍ ସେହପରି ମେଧାବୀ ହେଲେ ମଧ୍ୟ ଧନୀ ଛାତ୍ରଛାତ୍ରୀମାନଙ୍କୁ ଲାପ୍ଟପ୍ ଦିଅ।ଯିବ ନାହିଁୟ ସାମ୍ସ ଏବଂ ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ମତାମତ ପଠାଇପାରିବେ। ଉଚ୍ଚଶିକ୍ଷା ବିଭାଗରେ ମେଧାବୃତ୍ତି ପରିଷଦ ଗଠନ ପାଇଁ ନିଷ୍ପତ୍ତି ହୋଇଛି। ପ୍ରତିଷ୍ଠିତ କଲେଜ ଓ ବିଶ୍ୱବିଦ୍ୟାଳୟରେ କ୍ୟାରିଅର କାଉନ୍ସେଲିଂ ସେଲ୍ଫ ଖୋଲାଯିବୟ ସର୍ବଭାରତୀୟ ପରୀକ୍ଷା ପାଇଁ ପିଲାଙ୍କୁ ଓଡ଼ିଶା ବାହାରେ ତାଲିମ ସୁବିଧା ଯୋଗାଇ ଦିଅ।ଯିବ।