ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ 17 ଜଣିଆ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ
ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ନିଜ ଟେଷ୍ଟ ଦଳରେ ଯୁବ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନଙ୍କୁ ସାମିଲ କରିଛି । ଏହା ବ୍ୟତୀତ ମାଇକେଲ ନାସର, ୱିଲ ପୁକୋସ୍କି ଏବଂ ମିଚେଲ ସ୍ୱେପସନ୍ ଭଳି ନୂତନ ଖେଳାଳିଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି । 17 ଜଣିଆ ଦଳର ନେତୃତ୍ୱ ନେବା ପାଇଁ ଟିମ୍ ପେନ୍ ଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି
ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ନିଜ ଟେଷ୍ଟ ଦଳରେ ଯୁବ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନଙ୍କୁ ସାମିଲ କରିଛି । ଏହା ବ୍ୟତୀତ ମାଇକେଲ ନାସର, ୱିଲ ପୁକୋସ୍କି ଏବଂ ମିଚେଲ ସ୍ୱେପସନ୍ ଭଳି ନୂତନ ଖେଳାଳିଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି । 17 ଜଣିଆ ଦଳର ନେତୃତ୍ୱ ନେବା ପାଇଁ ଟିମ୍ ପେନ୍ ଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି | ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର 17 ରେ ଆଡିଲେଡରେ ଖେଳାଯିବ |
ଶେଫିଲ୍ଡ ସିଲ୍ଡରେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରିଥିବା ୱିଲ୍ ପୁକୋସ୍କିଙ୍କୁ ଅଷ୍ଟ୍ରେଲୀୟ ଟେଷ୍ଟ ଦଳରେ ସ୍ଥାନ ଦିଆଯାଇଛି। ଡେଭିଡ ୱାର୍ନର ଏବଂ ଷ୍ଟିଭ ସ୍ମିଥ ଏଥର ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଖେଳୁଥିବା ନଜର ଆସିବେ। ଦଳରେ ମାର୍କସ ଲାବୁଶେନ୍ ଏବଂ ଟ୍ରେଭିଡ୍ ହେଡ୍ ମଧ୍ୟ ସାମିଲ ହୋଇଛନ୍ତି । ନାଥନ୍ ଲିଅନ୍ ମୁଖ୍ୟ ସ୍ପିନ୍ ବୋଲିଂ ଦାୟିତ୍ୱ ସମ୍ଭାଳିବା ବେଳେ । ମିଚେଲ ସ୍ୱାପସନଙ୍କୁ ଦ୍ୱିତୀୟ ସ୍ପିନର ଭାବରେ ଦଳରେ ସାମିଲ କରାଯାଇଛି।
ଅଷ୍ଟ୍ରେଲିଆର ଟେଷ୍ଟ ଦଳ:
ଡେଭିଡ ୱାର୍ଣ୍ଣର, ଜୋ ବର୍ନସ, ଷ୍ଟିଭ ସ୍ମିଥ, କାମେରନ ଗ୍ରୀନ, ସିନ୍ ଆବଟ, ପ୍ୟାଟ କମିନ୍ସ, ଜୋଶ ହାଜଲେଉଡ, ଟ୍ରାଭିସ ହେଡ, ମାର୍ନୁସ ଲାବୁସେନ, ନାଥାନ ଲିୟନ, ମାଇକେଲ ନାସର, ଟିମ ପାଏନ୍, ଜେମ୍ସ ପ୍ୟାଟିନସନ୍, ମିସେଲ ଷ୍ଟାର୍କ, ମାଥ୍ୟୁ ୱେଡ, ୱିଲ ପୁକୋସ୍କି ଏବଂ ମିସେଲ ସ୍ୱାପସନ ।