ବିଧାୟକଙ୍କ ଜନଶୁଣାଣି ଶିବିର
ଡେଲାଙ୍ଗ,(ଉ.ପ୍ର.ନ୍ୟୁଜ୍ସର୍ଭିସ୍):ଡେଲାଙ୍ଗ ବ୍ଳକରେ ଶୀତ କାଳୀନ ଅଧିବେଶନ ସରିବା ପରେ ଡେଲାଙ୍ଗ- ପିପିଲିର ବିଧାୟକ ପ୍ରଦୀପ ମହାରଥୀଙ୍କର ଆରମ୍ଭ ହୋଇଯାଇଛି ଜନଶୁଣଶି ଶିବିର। ବିଧାୟକ ଗୁରୁବାର ଦିନ ବ୍ଳକ କାର୍ଯ୍ରାଳୟ ପରିସରରେ ପହଞ୍ଚି ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ଲୋକମାନଙ୍କ ଠାରୁ ଅଭିଯୋଗ ଶୁଣିବା ସହ ତୁରନ୍ତ ଅଭିଯୋଗ ଗୁଡିକର ସମାଧାନ କରିବା ପାଇଁ ପ୍ରଚେଷ୍ଠା ଆରମ୍ଭ କରିଥିଲେ। ଏହି ଜନଶୁଣାଣି ଶିବିରରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ୍ର ପ୍ରଧାନ, ଅତିରିକ୍ତ ବିଡିଓ ପ୍ରଦୀପ କୁମାର ନାୟକଙ୍କ ସହ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ବିଶେଷ କରି ରାଶନ କାର୍ଡ, ଭର୍ତ୍ତା, ବାତ୍ୟାରେ ଭାଙ୍ଗି ଯାଇଥିବା ଘର ପାଇଁ ସରକାରୀ ସାହାର୍ଯ୍ୟରୁ ବଞ୍ଚିତ, ପାନୀୟ ଜଳ ଆଦି ବିଭାଗରେ ଲୋକମାନେ ବିଧାୟକଙ୍କ ପାକରେ ଅଭିଯୋଗ କରିଥିଲେ। ସେହିପରି ବାତ୍ୟାରେ ଭାଙ୍ଗି ଯାଇଥିବା ବିଭିନ୍ନ ବିଦ୍ୟାଳୟର ଗୃହ ମରାମତି ପାଇଁ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ୨ କୋଟି ୩୨ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦିତ ହୋଇଛି ବୋଲି ବିଧାୟକ ଶ୍ରୀ ମହାରଥୀ ଉପସ୍ଥିତ ଥିବା ଜନସାଧାରଣଙ୍କ ଅଗାରେ ଘୋଷଣା କରିଥିଲେ। ମାତ୍ର ଦୁଃଖର ବିସୟ ଏ ସମ୍ପର୍କରେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଯୋଗସୁତ୍ର କରିବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ।